ବାତ୍ୟା ପାଇଁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା

Advertisment
ବାତ୍ୟା ପାଇଁ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା

ପୁରୀ: ବାତ୍ୟା ପାଇଁ ବଦଳିଲା ଭୂମିପୂଜା ତାରିଖ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା ଅକ୍ଟୋବର ୧୮ ତାରିଖରେ ହେବ ବୋଲି ନିର୍ଦ୍ଧାରିତ ହୋଇଥିବା ବେଳେ ଆଜି ଏହାକୁ ସ୍ଥଗିତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କସୂଚନା ଅନୁସାରେ ଏକ ଲଘୁଚାପ କ୍ଷେତ୍ର ଯାହାକି ବାତ୍ୟାର ରୂପ ନେବାର ଆଶଙ୍କା କରାଯିବା ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୧୮ତାରିଖ କାର୍ଯ୍ୟକ୍ରମକୁ ଏକ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ପୁନଃ ନିର୍ଦ୍ଧାରିତ କରାଯାଇଛି। କାର୍ଯ୍ୟକ୍ରମ ତାରିଖ ପୁନଃନିର୍ଦ୍ଧାରଣ ପରେ ଯଥା ସମୟରେ ଅବଗତ କରାଯିବ ବୋଲି କୁହାଯାଇଛି।

publive-image

ଉଲ୍ଲେଖଯୋଗ୍ୟ, ଗତକାଲି ଛତିଶାନିଯୋଗ ବୈଠକରେ ଭୂମିପୂଜନ ତାରିଖ ଧାର୍ଯ୍ୟ ହୋଇଥିଲା। ଆସନ୍ତା ୧୮ ତାରିଖରେ ଭୂମିପୂଜନ ହେବ। ଦୋଳବେଦି କୋଣ ନିକଟସ୍ଥ ଐଶାନ୍ୟ କୋଣରେ ଭୂମିପୂଜନ କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଭୂମିପୂଜନ କରିବେ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe