ଜେଏସ୍‌ଡବ୍ଲୁକୁ ଆଶ୍ୱସ୍ତି, ଭୂଷଣ ସଂପତ୍ତି ବାଜ୍ୟାପ୍ତି ଉପରେ ରହିତାଦେଶ

ଦେବାଳିଆ ପ୍ରକ୍ରିୟା ବେଳେ ସଂପତ୍ତି ଜବତ ଆଇନ ବହିର୍ଭୂତ: କେନ୍ଦ୍ର

ଜେଏସ୍‌ଡବ୍ଲୁକୁ ଆଶ୍ୱସ୍ତି, ଭୂଷଣ ସଂପତ୍ତି ବାଜ୍ୟାପ୍ତି ଉପରେ ରହିତାଦେଶ

ସମ୍ବଲପୁର : ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍‌ସ (ବିପିଏସ୍‌ଏଲ୍‌)ର ୪୦୨୫ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିଷ୍ପତ୍ତି ନେବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ଜାତୀୟ କମ୍ପାନି ଆଇନ୍‌ ଏପିଲେଟ୍ ଟ୍ରିବୁନାଲ (ଏନ୍‌ସିଏଲ୍‌ଏଟି) ଏହା ଉପରେ ରହିତାଦେଶ ଜାରି କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଦକ୍ଷେପ ଭାରତ ସରକାରଙ୍କ ଆଭିମୁଖ୍ୟର ଖିଲାପ କରୁଥିବାରୁ ଟ୍ରିବୁନାଲ ଏଭଳି ରାୟ ଦେଇଛନ୍ତି। ଟ୍ରିବୁନାଲ୍‌ର ବିନା ମଞ୍ଜୁରିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ ବା ଅନ୍ୟ କୌଣସି ଅଧିକାରୀ ବିପିଏସ୍‌ଏଲ୍‌ର ସଂପତ୍ତି ବାଜ୍ୟାପ୍ତ କରି ପାରିବେ ନାହିଁ ବୋଲି ଟ୍ରିବୁନାଲ ଦର୍ଶାଇଛନ୍ତି। ଯଦି ସଂପତ୍ତି ବାଜ୍ୟାପ୍ତ କରାଯାଇ ସାରିଛି ତା‌’ହେଲେ ତାକୁ ଦେବାଳିଆ ଘୋଷଣା ପ୍ରକ୍ରିୟାର ଅଧିକାରୀଙ୍କୁ ତୁରନ୍ତ ହସ୍ତାନ୍ତର କରିବାକୁ ଆଦେଶ ଦିଆଯାଇଛି। ଅପରପକ୍ଷରେ ଏହି ମାମଲାର ସମାଧାନ ନ ହେବା ପର୍ଯ୍ୟନ୍ତ ବିପିଏସ୍‌ଏଲ୍‌କୁ ଦେବାଳିଆ ଘୋଷଣା ନ କରିବାକୁ ଟ୍ରିବୁନାଲ ଆଦେଶ ଦେଇଛନ୍ତି। ଏଥି ସହ ଋଣଦାତାଙ୍କ ପାଉଣା ପ୍ରସଂଗ ଜଡ଼ିତ ଥିବାରୁ ଗତ ସେପ୍‌ଟେମ୍ବର ୫ରେ ଦିଆ ଯାଇଥବା ଟ୍ରିବୁନାଲ୍‌ର ରାୟ ଉପରେ ମଧ୍ୟ ରହିତାଦେଶ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିପିଏସ୍‌ଏଲ୍‌କୁ କିଣିବାକୁ ଯାଉଥିବା ଜେଏସ୍‌ଡବ୍ଲୁ ଏହାକୁ ଆଇନଗତ ବିବାଦମୁକ୍ତ ସମ୍ପତ୍ତି ଘୋଷଣା କରିବାକୁ ଏନ୍‌ସିଏଲ୍‌ଏଟିରେ ଆବେଦନ କରିଥିଲା। ଏହା ଉପରେ ଟ୍ରିବୁନାଲ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। କେନ୍ଦ୍ର ସରକାରଙ୍କ କମ୍ପାନି ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ସିଏ) ପକ୍ଷରୁ ଏକ ସତ୍ୟପାଠ ଜରିଆରେ ଉତ୍ତର ଦାଖଲ କରାଯାଇଥିଲା। ଏହାକୁ ବିଚାରକୁ ନେଇ ଟ୍ରିବୁନାଲ ଉପରୋକ୍ତ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe