ବଲାଙ୍ଗୀରର ବିଭୁଦତ୍ତ ଛତିଶଗଡ଼ ହାଇକୋର୍ଟ ବିଚାରପତି ନିଯୁକ୍ତ

Advertisment
ବଲାଙ୍ଗୀରର ବିଭୁଦତ୍ତ ଛତିଶଗଡ଼ ହାଇକୋର୍ଟ ବିଚାରପତି ନିଯୁକ୍ତ

ବଲାଙ୍ଗୀର: ବଲାଙ୍ଗୀର ସହର ମାଲପଡ଼ା ନିବାସୀ ବିଭୁଦତ୍ତ ଗୁରୁ ଛତିଶଗଡ଼ ହାଇକୋର୍ଟର ବିଚାରପତି ଭାବେ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ବିଲାସପୁରସ୍ଥିତ ଛତିଶଗଡ଼ ହାଇକୋର୍ଟରେ ରାଜ୍ୟର ଏଡିସିନାଲ୍ ଆଡଭୋକେଟ ଜେନେରାଲ ଭାବରେ କାର୍ଯ୍ୟରତ ଅଛନ୍ତି। ଗତକାଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଓ ଅନ୍ୟ ଦୁଇଜଣ ବିଚାରପତିଙ୍କୁ ନେଇ ଗଠିତ କୋଲେଜିୟମ୍ ତାଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି। ଗତ ଫେବ୍ରୁଆରି ମାସରେ ଛତିଶଗଡ଼ ହାଇକୋର୍ଟ ପକ୍ଷରୁ ତାଙ୍କ ନାମ ସୁପାରିସ କରାଯାଇଥିଲା। ସୁପ୍ରିମ୍‌କୋର୍ଟ କୋଲିଜିଅମ୍‌ ନିଜ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଶ୍ରୀ ଗୁରୁ ଜଣେ ଦକ୍ଷ ଓ ସ୍ବଚ୍ଛ ଆଇନଜୀବୀ ଅଟନ୍ତି।

ଛତିଶଗଡ଼ ହାଇକୋର୍ଟର ୫୪ଟି ଗୁରୁତ୍ବପୂର୍ଣ୍ଣ ରାୟରେ ତାଙ୍କର ସଂପୃକ୍ତି ରହିଛି। ଅଭିଜ୍ଞତା ଏବଂ ଦକ୍ଷତାକୁ ଆଧାର କରି ଶ୍ରୀ ଗୁରୁଙ୍କୁ ଛତିଶଗଡ଼ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଥିଲେ। ଶ୍ରୀ ଗୁରୁ ରାଜେନ୍ଦ୍ର ମହାବିଦ୍ୟାଳୟରେ ଅଧ୍ୟୟନ ପରେ ବଲାଙ୍ଗୀର ଆଇନ କଲେଜରେ ଆଇନ ଶିକ୍ଷା ଗ୍ରହଣ କରିଥିଲେ। ପ୍ରଥମେ ଜବଲପୁରସ୍ଥିତ ମଧ୍ୟପ୍ରଦେଶ ହାଇକୋର୍ଟରେ ବର୍ତ୍ତମାନର ସୁପ୍ରିମକୋର୍ଟ ବିଚାରପତି ପ୍ରଶାନ୍ତ ମିଶ୍ରଙ୍କ ଅଧୀନରେ ଓକିଲାତି ଆରମ୍ଭ କରିଥିଲେ। ପରେ ଛତିଶଗଡ଼ ରାଜ୍ୟ ଗଠନ ହେବା ପରେ ସେ ବିଲାସପୁର ଉଚ୍ଚ ନ୍ୟାୟଳୟରେ ଓକିଲାତି କରିଥିଲେ। ସେ ଅବସରପ୍ରାପ୍ତ ଶିକ୍ଷକ ଶୋଭାକର ଗୁରୁ ଓ ସ୍ବର୍ଗତ ସୌଦାମିନୀ ଗୁରୁଙ୍କ ବଡ଼ପୁଅ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe