ବିଛାଖଣ୍ଡି ଓ ଆରୁହା ପାହାଡ଼ ଲିଜ୍‌ ଭାଗ୍ୟ ସୂତାଖିଅରେ: ଆଜି ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠଙ୍କ ଚୂଡ଼ାନ୍ତ ରାୟ

Advertisment
ବିଛାଖଣ୍ଡି ଓ ଆରୁହା ପାହାଡ଼ ଲିଜ୍‌ ଭାଗ୍ୟ ସୂତାଖିଅରେ: ଆଜି ଲୋକାୟୁକ୍ତଙ୍କ ୩ ଜଣିଆ ଖଣ୍ଡପୀଠଙ୍କ ଚୂଡ଼ାନ୍ତ ରାୟ

ଯାଜପୁର : ଯାଜପୁର ଜିଲ୍ଲାର ୩ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଜି ଲୋକାୟୁକ୍ତଙ୍କ ତିନିଜଣିଆ ଖଣ୍ଡପୀଠ ଚୂଡ଼ାନ୍ତ ରାୟ ପ୍ରଦାନ କରିବେ। ଏଥିରେ ରହିଛି ନଗଡ଼ା ବିକାଶ ନାମରେ କୋଟିକୋଟି ଟଙ୍କା ହରିଲୁଟ୍‌, ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି ଓ ଆରୁହା ପାହାଡ଼ରେ କଳାପଥର (ଗ୍ରାନାଇଟ୍) କେଳେଙ୍କାରୀ।

ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମ ଉପତ୍ୟକା ନିକଟ ନଗଡ଼ାର ବିଭିନ୍ନ ବିକାଶମୂଳକ ଯୋଜନାରେ କୋଟିକୋଟି ଟଙ୍କା ପାଣି ଭଳି ବ୍ୟୟ ହୋଇଥିବା ସତ୍ତ୍ବେ ଆଖିଦୃଶିଆ ବିକାଶ ହୋଇପାରିନାହିଁ। ନଗଡ଼ା ଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ଟିମ୍‌ ଅନୁସନ୍ଧାନ କରିଥିଲେ। ଧର୍ମଶାଳା ତହସିଲର ଆରୁହା ପାହାଡ଼ କଳାପଥର ଲିଜ୍‌ ଖାଦାନ ଖନନ ଠାରୁ ଅଧିକ ରାଜସ୍ବ ଆଦାୟ ତହସିଲ ପ୍ରଶାସନକୁ ହରଡ଼ ଘଣାରେ ପକାଇଛି। ସେହିପରି ବିଛାଖଣ୍ଡି ପାହାଡ଼ରେ ଜଙ୍ଗଲ ଜମିକୁ ମଧ୍ୟ ପଥର ବ୍ୟବସାୟୀଙ୍କ ହାତରେ ଟେକି ଦିଆଯାଇଛି। ଆସନ୍ତାକାଲି ଯାଜପୁର ଜିଲ୍ଲାର ଏହି ତିନି ମୁଖ୍ୟ ପ୍ରସଙ୍ଗକୁ ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ ସିଂହ, ସଭ୍ୟ ଦେବବ୍ରତ ସ୍ବାଇଁ ଓ ରାଜେନ୍ଦ୍ର ପ୍ରସାଦ ଶର୍ମା ବିଚାର କରି ରାୟ ପ୍ରଦାନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe