freedoniafocusreports.com
ଯାଜପୁର : ଧର୍ମଶାଳା ତହସିଲର କଳାପଥର କେଳେଙ୍କାରୀ ବିବାଦ ଲାଗି ରହିଛି। ବିଛାଖଣ୍ଡି ପାହାଡ଼ରୁ ବ୍ୟାପକ କଳାପଥର ଚୋରା ଚାଲାଣ ଓ ବେଆଇନ ଖାଦାନ କାରବାରକୁ ନେଇ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ(ଏନଜିଟି)ରେ ବିଜେପି ନେତ୍ରୀ ସ୍ମୃତିରେଖା ପହୀ କରିଥିବା ମାମଲା ଆଜି ଖାରଜ ହୋଇଯାଇଛି।
ଶ୍ରୀମତୀ ପହୀ ତାଙ୍କ ଅଭିଯୋଗରେ ରାଜ୍ୟ ସରକାର, ଜଙ୍ଗଲ ପରିବେଶ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ସିଆର ଅଧ୍ୟକ୍ଷ, କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳ ଓ ଧର୍ମଶାଳା ତହସିଲଦାରଙ୍କୁ ପକ୍ଷ କରିଥିଲେ। ଶ୍ରୀମତୀ ପହୀଙ୍କ ପକ୍ଷରୁ ଆଇନଜୀବୀ ବ୍ରହ୍ମାନନ୍ଦ ତ୍ରିପାଠୀ ଉପସ୍ଥିତି ଥିବା ବେଳେ ଏନ୍ଜିଟିର ମାନ୍ୟବର ବିଚାରପତି ବି ଅମିତ ସ୍ଥଲେକର୍ ଓ ସଦସ୍ୟ ସାଇବଲ ଦାସଗୁପ୍ତା ବିଚାର କରି ଅଭିଯୋଗଗୁଡ଼ିକ ଭିତ୍ତିହୀନ ବୋଲି ଦର୍ଶାଇ ନାକଚ କରିଦେଲେ। ମାତ୍ର ବିଛାଖଣ୍ଡିର କଳାପଥର କେଳେଙ୍କାରୀ ମାମଲା ଲୋକାୟୁକ୍ତରେ ବିଚାରାଧୀନ ରହିଛି। ଭିଜିଲାନ୍ସ ତଦନ୍ତ ଜାରି ରହିଛି।
Follow Us