ଲୋକାୟୁକ୍ତରେ ବିଛାଖଣ୍ଡି କଳାପଥର ଦୁର୍ନୀତି ମାମଲା: ଭିଜିଲାନ୍ସ ମାଗିଲା ଆଉ ୩ ମାସ ମହଲତ, ମିଳିଲା ୨ମାସ

Advertisment
କଳାପଥରର କଳା କାରନାମା: ଭିଜିଲାନ୍ସ ରିପୋର୍ଟକୁ ନେଇ ପ୍ରଶାସନ ଅଡ଼ୁଆରେ

freedoniafocusreports.com

ଯାଜପୁର : ବିଛାଖଣ୍ଡି ପାହାଡ଼ କଳାପଥର ଲୁଟ୍‌ ମାମଲା ଲୋକାୟୁକ୍ତରେ ବିଚାରାଧୀନ ଥିବାବେଳେ ତଦନ୍ତ ପାଇଁ ଆଉ ଅଧିକ ୩ମାସ ସମୟ ଦେବାକୁ ଭିଜିଲାନ୍ସ ଆଜି ଆବେଦନ କରିଛି। ମାତ୍ର ଲୋକାୟୁକ୍ତ ୩ମାସ ବଦଳରେ ୨ମାସ ସମୟ ଦେଇଛନ୍ତି। ଆସନ୍ତା ଅଗଷ୍ଟ ୨୭ ତାରିଖରେ ‌ବିଛାଖଣ୍ଡିରେ କଳାପଥର କେଳେଙ୍କାରୀ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଆଜି ଶୁଣାଣି ବେଳେ ଭିଜିଲାନ୍ସ ବିଭାଗକୁ କୁହାଯାଇଛି।

ପ୍ରକାଶଥାଉକି, ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର, ଡଙ୍କାରୀ, ଲୁଣିବର, ବାଘୁଆ, ବିଛାଖଣ୍ଡି, ଆରୁହା ପ୍ରଭୃତି ପାହାଡ଼ରେ ପ୍ରତିଦିନ କୋଟିକୋଟି ଟଙ୍କାର କଳାପଥର ବେଆଇନ୍ ଭାବେ ଚୋରା ଚାଲାଣ ଚାଲିଛି। ଏହାକୁ ରୋକିବା ସହିତ ସଂପୃକ୍ତ ଅଞ୍ଚଳରେ ଚାଲିଥିବା ମାଫିଆରାଜକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ କୋର୍ଟରେ ମାମଲା ବିଚାରାଧୀନ ରହିଛି। ବିଛାଖଣ୍ଡିରେ ଚାଲିଥିବା ମାଫିଆରାଜକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ଲୋକେ ଲଗାତାର ଉଦ୍ୟମ ଜାରି ରଖିଛନ୍ତି। ଏପରିକି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଛାଖଣ୍ଡିର ୯ଟି ସୈରାତ ବନ୍ଦ ରହିଛି। ଏବେ ପୁଣି ୪ଟି ସୈରାତ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଏହି ପରିସ୍ଥିତିରେ ବିଛାଖଣ୍ଡିରେ ଚାଲିଥିବା କଳାପଥର ମହାଦୁର୍ନୀତିର ତଦନ୍ତ ପାଇଁ ଲୋକାୟୁକ୍ତ ଗତ ଏପ୍ରିଲ ୧୨ ତାରିଖରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe