ଗଜପତିରୁ ସଦସ୍ୟ ରହିଲେ ବିଚିତ୍ରାନନ୍ଦ ବେବର୍ତା

ଓଡ଼ିଶା ସାହିତ୍ୟ ଏକାଡେମିର ବିଚିତ୍ର ନୀତି : ପୁରସ୍କାର ପାଇଁ ପୁସ୍ତକ ଦାଖଲ କରିବାକୁ ଆସି ଲେଖକ, ପ୍ରକାଶକ ନିରାଶ

ଭୁବନେଶ୍ୱର : ମଙ୍ଗଳବାର ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦ ଗଠନ କରାଯାଇଥିବା ବେଳେ ସେଥିରେ ଜଣେ ମୃତ ସାହିତ୍ୟିକଙ୍କୁ ସଦସ୍ୟ ଭାବେ ଘୋଷଣା କରାଯାଇଥିଲା। ଏନେଇ ବହୁ ସାହିତ୍ୟିକ ଦୃଷ୍ଟି ଆକର୍ଷଣ କରିବା ପରେ ଏଥିରେ ପରିବର୍ତନ ଆଣିଛି ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମି ଧାରା-୯(ଏଫ) ମୁତାବକ ସାଧାରଣ ପରିଷଦ ନିମନ୍ତେ ଜିଲ୍ଲାୱାରି ୩୦ ଜିଲ୍ଲାରୁ ୩୦ ଜଣ ସାହିତ୍ୟିକଙ୍କୁ ମନୋନୀତ କରାଯାଇଥିଲା। ତେବେ ଏଥିରୁ ଗଜପତି ଜିଲ୍ଲାରୁ ସାଧାରଣ ପରିଷଦକୁ ମନୋନୀତ ହୋଇଥିବା ସଦସ୍ୟା ପାରଳାଖେମୁଣ୍ଡି ବଡ଼ବ୍ରାହ୍ମଣ ସାହିର ମୀନାକ୍ଷୀ ସାହୁଙ୍କର କିଛିଦିନ ତଳେ ଦେହାନ୍ତ ହୋଇଯାଇଥିଲେ ବି ସେ ସଦସ୍ୟା ଭାବେ ତାଲିକାରେ ସ୍ଥାନିତ ହୋଇଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମ ଓ ସାହିତ୍ୟିକଙ୍କ ଦୃଷ୍ଟି ଆକର୍ଷଣ ପରେ ଏଥିରେ ପରିବର୍ତନ କରାଯାଇଛି। ସ୍ବର୍ଗତ ମୀନାକ୍ଷୀଙ୍କ ପରିବର୍ତେ ଗଜପତିରୁ ପାରଳାଖେମୁଣ୍ଡି ଶ୍ରୀକରଣ ସାହିର ବିଚିତ୍ରାନନ୍ଦ ବେବର୍ତା ୩ ବର୍ଷ ପାଇଁ ମନୋନୀତ ହୋଇଛନ୍ତି। ସେ ପୁନର୍ଗଠିତ ପରିଷଦରେ ଅନ୍ୟ ସଦସ୍ୟଙ୍କ ଭଳି ଆସନ୍ତା ୨୪ ତାରିଖରୁ ୨୦୨୩ ମସିହା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ସଦସ୍ୟ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe