ଓଡ଼ିଶା ବିଧାନ ପରିଷଦ ଗଠନ ନେଇ ଗୃହରେ ସଂକଳ୍ପ ପ୍ରସ୍ତାବ ଆଗତ

୯୨୨ କୋଟି ଟଙ୍କା ପଡ଼ିରହିଛି, ଟଙ୍କା ଖର୍ଚ୍ଚ ହୋଇପାରୁନି କାହିଁକି?

ଭୁବନେଶ୍ୱର: ଓଡ଼ିଶା ବିଧାନ ପରିଷଦ ଗଠନ ନେଇ ଗୃହରେ ଗୁରୁବାର ସଂକଳ୍ପ ପ୍ରସ୍ତାବ ଆଗତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସଂକଳ୍ପ ପ୍ରସ୍ତାବକୁ ଆଗତ କରିଛନ୍ତି। ଏ ସଂପର୍କରେ ଗୃହରେ ଆଲୋଚନା ହୋଇଛି। ମନ୍ତ୍ରୀ ଆରୁଖ କହିଛନ୍ତି, ବର୍ତ୍ତମାନ ଦେଶର ୭ଟି ରାଜ୍ୟରେ ବିଧାନ ପରିଷଦ କାର୍ଯ୍ୟ କରୁଛି। ବିଧାନ ପରିଷଦ ପାଇଁ ଗଠିତ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଇଛନ୍ତି। ଓଡ଼ିଶାରେ ବିଧାନ ପରିଷଦ ଗଠନ ହେଲେ ମୋଟ୍‌ ୪୯ ଜଣ ସଦସ୍ୟ ରହିବେ। ଏହା ଏକ ସ୍ଥାୟୀ ଗୃହ ଭାବେ କାମ କରିବ। ଏଥିରେ ବାର୍ଷିକ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ସଂକଳ୍ପ ଅନୁସାରେ ପ୍ରତି ୨ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରିବେ। ବିଧାନ ପରିଷଦ ୪୯ ଜଣ ସଭ୍ୟଙ୍କ ମଧ୍ୟରୁ ୧୬ ଜଣ ବିଧାନସଭା ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହେବେ। ୧୬ ଜଣ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ମ୍ୟୁନିସିପାଲଟି ଦ୍ୱାରା ନିର୍ବାଚିତ ହେବେ। ୪ ଜଣ ସ୍ନାତକଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ କଲେଜ ଦ୍ୱାରା ନିର୍ବାଚିତ ହେବେ। ୪ ଜଣ ଶିକ୍ଷକଙ୍କୁ ନେଇ ଗଠିତ ଇଲେକ୍ଟ୍ରୋରାଲ କଲେଜ ଦ୍ୱାରା ନିର୍ବାଚିତ ହେବେ। ବାକି ୯ ଜଣ କଳା, ସାହିତ୍ୟ, ସମାଜସେବା କ୍ଷେତ୍ରରୁ ମନୋନୀତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe