ବଡ଼ ଅଘଟଣ: ଚାରମାଳରେ ବଡ଼ଠାକୁରଙ୍କୁ ପକାଇଦେଲେ

Advertisment

ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ବଡ଼ ଅଘଟଣ: ଚାରମାଳରେ ବଡ଼ଠାକୁରଙ୍କୁ ପକାଇଦେଲେ

ଭୁବନେଶ୍ବର: ପୁରୀରେ ଆଜି ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ଚାରମାଳରେ ଖସି ପଡ଼ିବା ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହିତ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ପଠାଇଛନ୍ତି। ଏହା ସହିତ ଉପଯୁକ୍ତ ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ ଆଇନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପୁରୀରେ ଯାଇ ପହଞ୍ଚିଛନ୍ତି।

ପୁରୀେର ପହଞ୍ଚିଲେ ଉପ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ
ନବୀନ କହିଲେ ଘଟଣାର ପୁନରାବୃତ୍ତି ନ ହେଉ

ରିପୋର୍ଟ ଲେଖାହେଲା ବେଳକୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଓ ଆଇନ ମନ୍ତ୍ରୀ ଶ୍ରୀହରିଚନ୍ଦନ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହିତ ଆହତଙ୍କ ଚିକିତ୍ସା ଲାଗି ପଦକ୍ଷେପ ନେଇଛନ୍ତି। ସେପଟେ ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ଏହାର ଯେପରି ପୁନରାବୃତ୍ତି ନ େହବ ସେ ନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe