ରାଜନଗର ଧାନ ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ : ସ˚ପାଦକ, ସହକାରୀ ସ˚ପାଦକ ନିଲମ୍ବିତ; ଡିଇଓ ବହିଷ୍କୃତ

Advertisment
ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ନିର୍ଦେଶ: ଧାନ ସଂଗ୍ରହ କରିବେ ଏସଏଚଜି

photo-represnetative

କେନ୍ଦ୍ରାପଡ଼ା : ଚାଷୀ ନାଁରେ ବେପାରୀଙ୍କ ଧାନ ବିକିବା ମହଙ୍ଗା ପଡ଼ିଲା। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ସୋସାଇଟିର ସ˚ପାଦକ, ସହକାରୀ ସ˚ପାଦକ ନିଲମ୍ବିତ ହୋଇଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର‌୍‌(ଡିଇଓ) ଚାକିରିରୁ ବହିଷ୍କୃତ ହୋଇଛନ୍ତି। ଏଆର‌୍‌ସିଏସ୍‌ଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଳାପାଳ ଅମ୍ରିତ ଋତୁରାଜ ଆଜି ଅସାଧୁ କର୍ମଚାରୀଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଚାନ୍ଦିବାଉଁଶମୂଳ ସୋସାଇଟିର ଧାନ ଦୁର୍ନୀତି ସେତିକିବେଳେ ସାମ୍ନାକୁ ଆସିଲା; ଯେତେବେଳେ ଭିତରଗଡ଼ର ଶ୍ରୀନିବାସ ଜେନା, ଜଗନ୍ନାଥପୁର ଗ୍ରାମର ନିର˚ଜନ ପରିଡ଼ା, ବ୍ରାହ୍ମଣୀକୋହ୍ଲାର ପ୍ରାଣକୃଷ୍ଣ ସାହୁ ପ୍ରମୁଖ ଚାଷୀ ଜିଲ୍ଲାପାଳ ନିକଟରେ ସେମାନଙ୍କ ସହିତ ଧୋକା ହୋଇଥିବା ସ˚ପର୍କରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କୁ ଅନ୍ଧାରରେ ରଖି ସ˚ପାଦକ ତାଙ୍କ ଟୋକନ୍‌ରେ ଶତାଧିକ କୁଇଣ୍ଟାଲ୍‌ ଧାନ ବିକି ଦେଇଥିବା ସେମାନେ ଅଭିଯୋଗରେ ଦର୍ଶାଇଥିଲେ। ‘ସମ୍ବାଦ’ରେ ଏ ସ˚କ୍ରାନ୍ତରେ ଲଗାତର ଖବର ପ୍ରକାଶ ପରେ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ। ଏଆର‌୍‌ସିଏସ୍‌ ଶରତ ପାଣିଗ୍ରାହୀ ଚାନ୍ଦିବାଉଁଶମୂଳ ସୋସାଇଟିକୁ ଯାଇ ଘଟଣାର ତଦନ୍ତ କରିବା ସହିତ ଅଭିଯୋଗକାରୀ ଚାଷୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ। ତଦନ୍ତ ବେଳେ ଅନେକ ଚାଞ୍ଚଲ୍ୟକର ତଥ୍ୟ ମାନ ସାମ୍ନାକୁ ଆସିଥିଲା।

ଚାଷୀ ଶ୍ରୀନିବାସ ଜେନା ଗୋଟିଏ ଟୋକନ୍‌ରେ ୪୦ କୁଇଣ୍ଟାଲ୍‌ ଧାନ ଦେଇଥିବା ବେଳେ ତାଙ୍କର ଆଉ ଏକ ଟୋକନ୍‌ରେ ୫୨.୪୨କୁଇଣ୍ଟାଲ୍‌ ଧାନ ବିକ୍ରି ହେବା ଏବ˚ ଟଙ୍କା ଗୋଟିଏ ବ୍ୟାଙ୍କ୍‌ରୁ ଅନ୍ୟ ଏକ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ଅଜାଣତରେ ଏ ସବୁ କାରବାର ହୋଇଥିବା ଶ୍ରୀ ଜେନା ଅଭିଯୋଗରେ ଦର୍ଶାଇଥିଲେ। ଅନୁରୂପ ଭାବେ ନିର˚ଜନ ପରିଡ଼ା, ପ୍ରାଣକୃଷ୍ଣ ସାହୁଙ୍କୁ ବି ଅନ୍ଧାରରେ ରଖାଯାଇ ସେମାନଙ୍କ ଟୋକନ୍‌ରେ ଧାନ ବିକ୍ରି କରାଯାଇଥିବା ସଂପର୍କରେ ସେମାନ‌େ ଅଭିଯୋଗ କରିଥିଲେ। ଏ ସବୁ ଅଭିଯୋଗର ତଦନ୍ତ ବେଳେ ସୋସାଇଟି କର୍ତୃପକ୍ଷ ଟୋକନ୍‌ ଅବଧି ସରିଯିବା ଭୟରେ ଏଭଳି ବେଆଇନ କାମ କରିଥିବା ସ୍ବୀକାର କରିଥିବା ଏଆର‌୍‌ଏସିଏସ୍‌ ସୂଚନା ଦେଇଥିଲେ। ଏହି ଆଧାରରେ ତଦନ୍ତ ରିପୋର୍ଟ ଦିଆଯିବା ପରେ ଜିଲ୍ଲାପାଳ ଆଜି ସ˚ପାଦକ ଅଜାମ୍ବର ଦାସ, ସହକାରୀ ସ˚ପାଦକ ଅଲେଖ ବେହେରାଙ୍କୁ ନିଲମ୍ବନ(ଚିଠି ନ˚-୯୫୨ ଓ ୯୬୧) ସହିତ ଡିଇଓଙ୍କୁ ବହିଷ୍କାର କରିଥିବା ଏଆର‌୍‌ସିଏସ୍‌ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe