ମାଓବାଦୀ ସଙ୍ଗଠନକୁ ବଡ଼ ଝଟକା: ମାଟିତଳୁ ୩୫ ଲକ୍ଷ ଜବତ, ମାରଣାସ୍ତ୍ର କିଣିବାକୁ ଲୁଚାଇ ରଖିଥିଲେ

Advertisment

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡାର କରାଇକଳା ଅଞ୍ଚଳରେ ସର୍ଚ ଅପରେସନ୍‌ ବେଳେ ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ଓ ସ୍ଥାନୀୟ ପୁଲିସକୁ ବଡ଼ ସଫଳତା ମିଳିଛି। ମାଓବାଦୀମାନେ ଲ୍ୟାଣ୍ଡମାଇନ୍‌, ବିସ୍ଫୋରକ, ବନ୍ଧୁକ ଓ ଗୁଳି କିଣିବାକୁ ମାଟିତଳେ ସାଇତି ରଖିଥିବା ୩୫ ଲକ୍ଷ ଟଙ୍କା ଜବତ ହୋଇଛି।

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡାର କରାଇକଳା ଅଞ୍ଚଳରେ ସର୍ଚ ଅପରେସନ୍‌ ବେଳେ ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ଓ ସ୍ଥାନୀୟ ପୁଲିସକୁ ବଡ଼ ସଫଳତା ମିଳିଛି। ମାଓବାଦୀମାନେ ଲ୍ୟାଣ୍ଡମାଇନ୍‌, ବିସ୍ଫୋରକ, ବନ୍ଧୁକ ଓ ଗୁଳି କିଣିବାକୁ ମାଟିତଳେ ସାଇତି ରଖିଥିବା ୩୫ ଲକ୍ଷ ଟଙ୍କା ଜବତ ହୋଇଛି।

sfsfscxc

ରାଉରକେଲା/ବିଶ୍ରା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡାର କରାଇକଳା ଅଞ୍ଚଳରେ ସର୍ଚ ଅପରେସନ୍‌ ବେଳେ ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ଓ ସ୍ଥାନୀୟ ପୁଲିସକୁ ବଡ଼ ସଫଳତା ମିଳିଛି। ମାଓବାଦୀମାନେ ଲ୍ୟାଣ୍ଡମାଇନ୍‌, ବିସ୍ଫୋରକ, ବନ୍ଧୁକ ଓ ଗୁଳି କିଣିବାକୁ ମାଟିତଳେ ସାଇତି ରଖିଥିବା ୩୫ ଲକ୍ଷ ଟଙ୍କା ଜବତ ହୋଇଛି। ମାଓବାଦୀମାନେ ଟଙ୍କା ବଣ୍ଡଲଗୁଡ଼ିକୁ କାଗଜ ଓ ପ୍ଲାଷ୍ଟିକ୍‌ରେ ଗୁଡ଼ାଇ ଷ୍ଟିଲ୍‌ ଟିଫିନ୍‌ ବକ୍ସରେ ରଖି ମାଟି ଭିତରେ ପୋତି ଦେଇଥିଲେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଞ୍ଚି ରେଞ୍ଜ ଆଇଜି ମନୋଜ କୌଶିକ କହିଛନ୍ତି।

ସଙ୍ଗଠନକୁ ସୁଦୃଢ଼ କରିବା ସହ ମାରଣାସ୍ତ୍ର କିଣିବା ଲାଗି ମାଓବାଦୀମାନେ ଟଙ୍କା ସଂଗ୍ରହ କରି ମାଟି ତଳେ ପୋତିଥିବା ଗୁଇନ୍ଦା ଖବର ମିଳିଥିଲା। ସୂଚନା ଆଧାରରେ ଆଜି ସକାଳୁ ଜଙ୍ଗଲରେ ସର୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ସିଆର୍‌ପିଏଫ୍‌ ଯବାନ ମାଟି ତଳେ ପୋତାଯାଇଥିବା ଷ୍ଟିଲ୍‌ ଟିଫିନ୍‌ ବକ୍ସ ଦେଖିବାକୁ ପାଇଥିଲେ। ପ୍ରଥମେ ଟିଫିନ୍‌ ବୋମା ସନ୍ଦେହ କରାଯାଇଥିଲା। ଯାଞ୍ଚ ପରେ ଯବାନମାନେ ଟିଫିନ୍‌ ବକ୍ସଗୁଡ଼ିକୁ ଖୋଲିବାରୁ ସେଥିରେ ଟଙ୍କାବିଡ଼ା ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ। ସରଣ୍ଡା ଜଙ୍ଗଲରେ ଟପ୍‌ ମାଓନେତା ମିସ୍‌ରି ବେଶ୍ରା ଓ ତା’ର ସହଯୋଗୀମାନେ ସଙ୍ଗଠନକୁ କ୍ରିୟାଶୀଳ କରିବାକୁ ଶିଳ୍ପପତି, ବ୍ୟବସାୟୀ, ଠିକାଦାରମାନଙ୍କୁ ଧମକଚମକ ଦେଇ ବଟି (ଲେଭି) ଆଦାୟ କରୁଛନ୍ତି। ସେହି ଟଙ୍କାରେ ଅତ୍ୟାଧୁନିକ ମାରଣାସ୍ତ୍ର ସହ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ କିଣୁଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe