ମହାନଦୀ ଜଳ ବିବାଦ ନେଇ ବଡ଼ ନିଷ୍ପତ୍ତି: ଆପୋସ ବୁଝାମଣା ପାଇଁ ଦୁଇ ପକ୍ଷ ରାଜି

ମହାନଦୀ ଜଳ ବିବାଦର ସମାଧାନ ନେଇ ସେପ୍ଟେମ୍ବର ୬ରେ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହେବ। ଉଭୟ ଛତିଶଗଡ଼ ଓ ଓଡ଼ିଶାର ଜଳସମ୍ପଦ ବିଭାଗର ସଚିବମାନେ ଟ୍ରିବ୍ୟୁନାଲ୍‌ଙ୍କ ସମ୍ମୁଖରେ ଉପସ୍ଥିତ ରହି ଏ ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ଅବଗତ କରାଇବେ।

river

ଭୁବନେଶ୍ବର: ମହାନଦୀ ଜଳ ବିବାଦର ସମାଧାନ ନେଇ ସେପ୍ଟେମ୍ବର ୬ରେ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହେବ। ଉଭୟ ଛତିଶଗଡ଼ ଓ ଓଡ଼ିଶାର ଜଳସମ୍ପଦ ବିଭାଗର ସଚିବମାନେ ଟ୍ରିବ୍ୟୁନାଲ୍‌ଙ୍କ ସମ୍ମୁଖରେ ଉପସ୍ଥିତ ରହି ଏ ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ଅବଗତ କରାଇବେ। ଟ୍ରିବ୍ୟୁନାଲ୍‌ ବି ଏହି ବିବାଦକୁ ଅଧିକ ଦିନ ଲମ୍ବାଇବାକୁ ଚାହୁ ନଥିବାରୁ ଦୁଇ ରାଜ୍ୟ ଠାରୁ ଠୋସ୍ ନିଷ୍ପତ୍ତି ଶୁଣିବାକୁ ଚାହୁଥିବା‌ ସଂକେତ ଦେଇଛନ୍ତି। ଏହାକୁ ନଜରରେ ରଖି ଆଜି ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ କ୍ଷେତ୍ରରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ସଚିବଙ୍କ ସ୍ତ‌ରରେ ହୋଇଥିବା ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଦୁଇ ରାଜ୍ୟର ମୁଖ୍ୟ ସଚିବ, ଜଳସମ୍ପଦ ବିଭାଗର ଅଧିକାରୀମାନେ ମିଳିତ ଭାବେ ସହଯୋଗୀ ସମାଧାନ ପାଇଁ ଆଲୋଚନା କରିଛନ୍ତି।  ଉଭୟପକ୍ଷ ଆପୋସ ବୁଝାମଣାରେ ଲୋକମାନଙ୍କ ହିତରେ ଉଚିତ ସମାଧାନ ଖୋଜିବାକୁ ସହମତ ହୋଇଛନ୍ତି। ବୈଠକରୁ ଜଣାପଡ଼ିଛି, ଡିସେମ୍ବରରେ ସୁବିଧାନୁସାରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ କାମଗୁଡ଼ିକର ତଦାରଖ କରି ମହାନଦୀ ଜଳ ବିବାଦକୁ ଉଭୟ ରାଜ୍ୟର ଲୋକଙ୍କ ହିତରେ ଦୀର୍ଘକାଳୀନ ଓ ସମ୍ମତିମୂଳକ ଭାବରେ ସମାଧାନ କରିବା ନେଇ ନିଷ୍ପତ୍ତି ନେବେ।

ଡିସେମ୍ବରରେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଅକ୍ଟୋବରରେ ମୁଖ୍ୟସଚିବସ୍ତରୀୟ ବୈଠକ

ଏହାପୂର୍ବରୁ ସେପ୍ଟେମ୍ବର ମାସରେ ପ୍ରତ୍ୟେକ ରାଜ୍ୟର ଇଆଇସିଙ୍କ ନେତୃତ୍ୱରେ ଗଠିତ ବୈଷୟିକ କମିଟିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ସପ୍ତାହକୁ ଥରେ ବୈଠକ କରିବେ। ଏହି କମିଟି ଦ୍ୱାରା ମହାନଦୀ ଜଳ ବଣ୍ଟନରେ ଦୁଇ ରାଜ୍ୟରେ ଅଧିକ ସମନ୍ୱୟ ପାଇଁ ଏକ ସଂସ୍ଥାଗତ ଢାଞ୍ଚା ପ୍ରସ୍ତୁତ କରିବା ନେଇ ମଧ୍ୟ ଆଲୋଚନା କରାଯିବ।  ଏହାପରେ ଅକ୍ଟୋବର ମାସରେ ଆଉ ଏକ ମୁଖ୍ୟ ସଚିବ ଓ ଜଳସମ୍ପଦ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ।  ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨ରେ ଆଡଭୋକେଟ୍‌ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି ଓ ଛତିଶଗଡ଼ ସରକାରଙ୍କ ପ୍ରତ୍ୟୁତ୍ତର ସଂପର୍କରେ ଅବଗତ କରାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe