ଅପରାଧୀଙ୍କୁ ପୁଲିସ ବିକିଛି ଗୁଳି! ବନ୍ଧୁକ ମାଫିଆଙ୍କ ପାଇଁ ବଡ଼ ଅପରେସନ୍

Advertisment

ବନ୍ଧୁକ ପିଛା ୧୭, ଗୁଳି ୫୦୦, ଫସିବେ ୫ ବନ୍ଧୁକ ମାଫିଆ , ମୁଙ୍ଗେର୍ ଯିବ ମାଲଗୋଦାମ ପୁଲିସ

ବନ୍ଧୁକ ପିଛା ୧୭, ଗୁଳି ୫୦୦, ଫସିବେ ୫ ବନ୍ଧୁକ ମାଫିଆ , ମୁଙ୍ଗେର୍ ଯିବ ମାଲଗୋଦାମ ପୁଲିସ

ନିର୍ବାଚନ ସମୟରେ ବନ୍ଧୁକ କାରବାର: ମିଳିଛି ୯୮ଟି ମୁଙ୍ଗେର ବନ୍ଧୁକ

କଟକ : ଗ୍ୟାଙ୍ଗଷ୍ଟର୍‌ ହାଇଦରର ଖାସ୍ ବନ୍ଧୁକ ଡିଲର୍ ସୌଭାଗ୍ୟ ଦାସ ଓରଫ ବବୁଲୁ ମୁଙ୍ଗେରରୁ ବନ୍ଧୁକ ଆଣୁଥିଲା। ହେଲେ ଗୁଳି ପୁଲିସ ନିକଟରୁ କିଣୁଥିଲା। ବାଟାଲିଅନ୍ କିମ୍ବା ସିଆର୍‌ପିଏଫ୍‌ର କେହି ଅସାଧୁ କର୍ମଚାରୀ ଏଭଳି ଗୁଳି ବିକ୍ରି ପଛରେ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି। ଗୁଳି ପିଛା ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ଦେଶରେ ବେଆଇନ ବନ୍ଧୁକ ତିଆରି କାରଖାନା ଥିବା ବେଳେ ଗୁଳି ତିଆରି କାରଖାନା ବେଆଇନ୍ ଭାବେ କେଉଁଠାରେ ବି ନାହିଁ। କିଛି ଅସାଧୁ ପୁଲିସ କର୍ମଚାରୀ ସରକାରୀ ଗୁଳି ବିକ୍ରି କାରବାରରେ ସମ୍ପୃକ୍ତ ଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସୁଛି। ତେବେ ଏ ନେଇ ଅଧିକ ତଦନ୍ତ ହେଲେ ଅପରାଧୀଙ୍କୁ ଗୁଳି ବିକ୍ରି କରୁଥିବା ପ୍ରକୃତ ଅଭିଯୁକ୍ତ ଧରାପଡ଼ିବ ‌‌ବୋଲି କୁହାଯାଉଛି।

publive-image

ସୂଚନା ଅନୁଯାୟୀ, ମାଲଗୋଦାମ ଥାନା ପୁଲିସ ହାତରେ ଚାଉଳିଆଗଞ୍ଜ ଅପର୍ଣ୍ଣାନଗରର ସୌଭାଗ୍ୟ ଦାସ ଓରଫ ବବୁଲୁ ଏବଂ ଯୋବ୍ରା ପାରେଶ୍ବରସାହିର ମୁନ୍ନା ରାଓ ଗିରଫ ପରେ ଗ୍ୟାଙ୍ଗଷ୍ଟର ହାଇଦରର ଅପରାଧ ଦୁନିଆ ସହିତ ଯେ ବନ୍ଧୁକ ଡଲରସିପ୍‌ର ଭଳି ଏକ ବେଆଇନ କାରବାର ଯୋଡ଼ି ହୋଇଥିଲା, ସେ ନେଇ ପୁଲିସକୁ ଚକିତ କରିଛି। ସୌଭାଗ୍ୟକୁ ମୁଙ୍ଗେରର ୨ ଜଣ ବନ୍ଧୁକ କାରଖାନା ଏଜେଣ୍ଟ ୨୦୦୪ ମସିହା ପରଠାରୁ ନିୟମିତ କଟକରେ ବନ୍ଧୁକ ଯୋଗାଇ ଆସୁଥିଲେ। ଏମାନେ ବନ୍ଧୁକ ଚାଲାଣରେ ଟ୍ରେନ, ବସ୍ ଏବଂ ବ୍ୟକ୍ତିଗତ ଚାରିଚକିଆ ଗାଡ଼ି ବ୍ୟବହାର କରୁଥିଲେ। କିନ୍ତୁ ଅଧିକାଂଶ ସମୟ ଏମାନେ ଟ୍ରେନ୍‌ରେ ଆସୁଥିଲେ। ମୁଙ୍ଗେର୍‌ରେ ବନ୍ଧୁକ ପହଞ୍ଚିବା ପରେ ତେଲେଙ୍ଗାନା ୱାରାଙ୍ଗଲର ୩ ଜଣ ବନ୍ଧୁକ ଏଜେଣ୍ଟ କଟକରୁ ବନ୍ଧୁକ ସୌଭାଗ୍ୟ ନିକଟରୁ କିଣି ନେଉଥିଲେ। ଏମାନେ ବି ଟ୍ରେନରେ ଆସୁଥିଲେ। ମାଲଗୋଦାମ ଥାନା ପୁଲିସ ହାତରେ ବର୍ତ୍ତମାନ ଏହି ୫ ଜଣ ବନ୍ଧୁକ ଏଜେଣ୍ଟଙ୍କ ପରିଚୟ ମିଳିଛି। ପୁଲିସକୁ ଏଜେଣ୍ଟଙ୍କ ସମ୍ପୂର୍ଣ୍ଣ ତଥ୍ୟ ବବୁଲୁ ଯୋଗାଇଛି।

ତେବେ ମାଲଗୋଦାମ ଥାନା ପୁଲିସ ଏଜେଣ୍ଟଙ୍କୁ ଧରିବା ପାଇଁ ଏକ ବଡ଼ ଅପରେସନ୍ ଆରମ୍ଭ କରିଛି। ମୁଙ୍ଗେର୍‌ର ବନ୍ଧୁକ ଏଜେଣ୍ଟଙ୍କୁ ଧରିବା ପାଇଁ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ମୁଙ୍ଗେର୍ ଯିବା ଯୋଜନା ହୋଇଥିବା ସୂଚନା ମିଳିଛି। ସୌଭାଗ୍ୟ ୧୭-୧୮ ହଜାର ଟଙ୍କାରେ କିଣୁଥିବା ବନ୍ଧୁକ ୨୫ରୁ ୩୦ ହଜାର ଟଙ୍କାରେ ତେଲେଙ୍ଗାନାରେ ବିକି ବନ୍ଧୁକ ପିଛା ୫ରୁ ୧୦ ହଜାର ଟଙ୍କା ଲାଭ କରୁଥିଲା। ସୌଭାଗ୍ୟ ମାଉଜର୍‌, ସିକ୍ସର୍‌, ଷ୍ଟେନଗନ୍ ଭଳି ବେଆଇନ ଅସ୍ତ୍ର ମୁଙ୍ଗେରରୁ କିଣୁଥିବା ବେଳେ ଗୁଳି ଓଡ଼ିଶାରୁ କିଣିଥିବା କୁହାଯାଉଛି। କିଛି ଅସାଧୁ ପୁଲିସ କର୍ମଚାରୀ ଏହି ଗୁଳି ବିକ୍ରି କାରବାର ପଛରେ ପ୍ରମୁଖ କାର୍ପଟଦାର ଥିବା କୁହାଯାଉଛି। ୨୦୦୪ରୁ ୨୦୨୧ ଭିତରେ ସୌଭାଗ୍ୟ ଓଡ଼ିଶାରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଅଞ୍ଚଳରେ ଯେଉଁମାନଙ୍କୁ ବନ୍ଧୁକ ବିକ୍ରି କରିଥିଲା, ତାର ତାଲିକା ପୁଲିସକୁ ଦେଇପାରୁ ନାହିଁ। କିନ୍ତୁ ସେମାନଙ୍କ ଭିତରୁ ଅନେକ ଅପରାଧୀଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ହୋଇଯାଇଥିବା ବେଳେ ଆଉ କିଛି ଫେରାର ଅଛନ୍ତି। ସୌଭାଗ୍ୟ ଯେଉଁମାନଙ୍କ ନାଁ ପୁଲିସକୁ କହିଛି, ପୁଲିସ ଏବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe