ଆମ୍ବୁଲାନ୍ସ ସେବା ପରିଚାଳନା କରୁଥିବା ଘରୋଇ କମ୍ପାନି ନାମରେ ସାଂଘାତିକ ଅଭିଯୋଗ, ୩୦୦ କୋଟି ଟଙ୍କାର ଦୁର୍ନୀତିରେ ଫସିଲା

ଆମ୍ବୁଲାନ୍ସ ସେବା ପରିଚାଳନା କରୁଥିବା ଘରୋଇ କମ୍ପାନି ନାମରେ ସାଂଘାତିକ ଅଭିଯୋଗ, ୩୦୦ କୋଟି ଟଙ୍କାର ଦୁର୍ନୀତିରେ ଫସିଲା

ଭୁବନେଶ୍ବର: ଓଡ଼ି଼ିଶାରେ ୧୦୮-ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି  । ୧୦୮ ଆମ୍ବୁଲାନ୍ସ ପରିଚାଳନା ଭିତରେ ମୁମ୍ବାଇର ଜିକିତ୍ସା ହେଲଥ କେୟାର ନାମକ ଘରୋଇ କମ୍ପାନି ପ୍ରାୟ ୩୦୦ କୋଟି ଟଙ୍କା ଦୁର୍ନୀତି କରିଥିବା ନେଇ ହାଇକୋର୍ଟରେ ଅଭିଯୋଗ ହୋଇଛି । ଏହି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଆବେଦନ ଆସିବା ପରେ ଏବେ ସିବିଆଇ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବା ପାଇଁ ନୋଟିସ୍ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ ।

publive-image

ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ଥିବା ରୋଗୀ ଓ ଦୁର୍ଘଟଣାରେ ଆହତ ହୋଇଥିବା ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପାଇଁ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ୨୦୧୩ରେ ଆରମ୍ଭ ହୋଇଥିଲା ୧୦୮-ଆମ୍ବୁଲାନ୍ସ ସେବା । ତେବେ ଆମ୍ବୁଲାନ୍ସ ପରିଚାଳନା ପାଇଁ ଟେଣ୍ଡର ପାଇଥିବା ମୁମ୍ବାଇର ଜିକିତ୍ସା ହେଲଥ୍ କେୟାର ଲିମିଟେଡ୍ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଅଧିକ ଭଡ଼ା ପାଇବା ପାଇଁ ଚଞ୍ଚକତା କରି ୧୦୨ ଆମ୍ବୁଲାନ୍ସ ଜାଗାରେ ୧୦୮ ଷ୍ଟିକର ଲଗାଇ କୋଟି କୋଟି ଟଙ୍କା ଲୁଟି ନେଇଛି ଜିକିତ୍ସା ହେଲଥ କେୟାର । ଆରଟିଆଇ ଜରିଆରେ ମିଳିଥିବା ଅନେକ ତଥ୍ୟ ହାଇକୋର୍ଟରେ ଦାଖଲ କରିଛି ‘ଓଡ଼ିଶା ଆମ୍ବୁଲାନ୍ସ ଏମ୍ପଲୟିଜ୍ ଆସୋସିଏସନ୍’ ।

publive-image

ତେବେ ୧୦୨ ଆମ୍ବୁଲାନ୍ସ ପାଇଁ ସରକାରଙ୍କ ପାଖରୁ କିଲୋମିଟର ପିଛା ୧୭ ଟଙ୍କା ୬୦ ପଇସା ମିଳୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ପାଇଁ ରହିଛି ୨୬ଟଙ୍କା ୯୦ ପଇସା । ଗର୍ଭବତୀ ମହିଳାମାନଙ୍କୁ ନେବାକୁ ଥିବା ୧୦୨ ଆମ୍ବୁଲାନ୍ସରେ ବିଶେଷ ସୁବିଧା ନ ଥିବା ବେଳେ ୧୦୮ରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଫାର୍ମାସିଷ୍ଟ, ଡ୍ରାଇଭର ଓ ହେଲ୍ପର ରହିଥାନ୍ତି । ୫୦୦ଟି ୧୦୨-ଆମ୍ବୁଲାନ୍ସରେ ଷ୍ଟିକର ମାରି ୧୦୮ ଆମ୍ବୁଲାନ୍ସ ଭାବେ କମ୍ପାନି ଦର୍ଶାଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ହୋଇଛି ଯେ ମିଛ ବିଲ୍ ଦାଖଲ କରି କୋଟି କୋଟି ଟଙ୍କା ଠକି ନେଇଛି କମ୍ପାନି। ଗୋଟିଏ ଗାଡ଼ି ଦିନକୁ ୧୬ ଟ୍ରିପ୍ କରିପାରିବା କ୍ଷମତା ରଖିଥିବା ବେଳେ ବେଳେ ୩୬ ଟ୍ରିପ୍ ଦର୍ଶାଯାଇ ହରିଲୁଟ କରିଛି ଜିକିତ୍ସା ହେଲଥ୍ କେୟାର ।

publive-image

ଜିକିତ୍ସା ହେଲଥ କେୟାର ପ୍ରାଇଭେଟ୍ ଲିମିଟେଡକୁ ରାଜସ୍ଥାନରେ କଳାତାଲିକାଭୁକ୍ତ କରାଯାଇଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ କମ୍ପାନି ବିରୋଧରେ ମାମଲା ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ରେ ହେବାକୁ ଥିବା ବେଳେ ହାଇକୋର୍ଟ କ’ଣ ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe