କେନ୍ଦୁଝରରେ ହେବ ବୃହତ୍‌ ଇସ୍ପାତ କାରଖାନା: ମୁଖ୍ୟମନ୍ତ୍ରୀ

Advertisment

କେନ୍ଦୁଝରରେ ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ‘ଲାଇଫ୍‌ ସେଭର୍ସ’ ଗ୍ରୁପ ଟ୍ରଷ୍ଟ୍‌ର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବା ଅବସରରେ ପ୍ରକାଶ କରିଛନ୍ତି।

କେନ୍ଦୁଝରରେ ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ‘ଲାଇଫ୍‌ ସେଭର୍ସ’ ଗ୍ରୁପ ଟ୍ରଷ୍ଟ୍‌ର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବା ଅବସରରେ ପ୍ରକାଶ କରିଛନ୍ତି।

dgjdgjgdjg

କେନ୍ଦୁଝର: କେନ୍ଦୁଝରରେ ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ‘ଲାଇଫ୍‌ ସେଭର୍ସ’ ଗ୍ରୁପ ଟ୍ରଷ୍ଟ୍‌ର ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବା ଅବସରରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦୁଝରରେ ମେଗା ଷ୍ଟିଲ୍‌ ପ୍ଲାଣ୍ଟ କରିବା ପାଇଁ ବିଭିନ୍ନ କମ୍ପାନି ସହିତ ସେ ଆଲୋଚନା କରିଛନ୍ତି। ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଆଗ୍ରହୀ କମ୍ପାନିକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ସେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ରାଉରକେଲାରେ ଷ୍ଟିଲ୍‌ ପ୍ଲାଣ୍ଟ ହେବା ଦ୍ବାରା ବ୍ୟାପକ ଲାଭ ହୋଇଛି, କ୍ଷତି ବି ହୋଇଛି। ହେଲେ ଲାଭ ତୁଳନାରେ କ୍ଷତି ନଗଣ୍ୟ। କେନ୍ଦୁଝରରେ ଷ୍ଟିଲ୍‌ ପ୍ଲାଣ୍ଟ ହେଲେ ଜିଲ୍ଲାବାସୀଙ୍କ ସହିତ ପଡ଼ୋଶୀ ଜିଲ୍ଲାର ଲାଭ ହେବ। ତେଣୁ ଷ୍ଟିଲ୍‌ ପ୍ଲାଣ୍ଟକୁ ଜିଲ୍ଲାବାସୀ ବିରୋଧ ନ କରି ସ୍ବାଗତ କରିବା ଉଚିତ ବୋଲି ସେ କହିଥିଲେ। ଦଳମତ ନିର୍ବିଶେଷରେ ସମସ୍ତେ ସକାରାତ୍ମକ ମନୋଭାବ ନେଇ କାମ କଲେ ସୁନାର କେନ୍ଦୁଝର ଗଠନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କେନ୍ଦୁଝର ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଅର୍ଥର ଅଭାବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଡିଏମ୍‌ଏଫ୍‌ ଗଠନ କରିଛନ୍ତି, ତା’ଦ୍ବାରା ଜିଲ୍ଲାରେ ବ୍ୟାପକ ଅର୍ଥ ମହଜୁଦ ହୋଇରହିଛି। ଏହି ଅର୍ଥରେ ଶିକ୍ଷାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରର ଦ୍ରୁତ ବିକାଶ ହୋଇପାରିବ। କେନ୍ଦୁଝର ଓମ୍‌ବାଡସିରୁ ପୂର୍ବ ସରକାର ୧୬ ହଜାର ୫ ଶହ କୋଟି ଟଙ୍କା ଋଣରେ ନେଇଗଲେ। ସେହି ଅର୍ଥରେ ଜିଲ୍ଲାର ଅନେକ ବିକାଶ କାର୍ଯ୍ୟ ହୋଇ ପାରିଥାଆନ୍ତା। କେନ୍ଦୁଝରବାସୀ ପୂର୍ବରୁ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ବହୁତ ଦାବି କରୁଥିଲେ। ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏକ ଷ୍ଟିଲ୍‌ ପ୍ଲାଣ୍ଟ ହେବ ବୋଲି ଘୋଷଣା କରିଥିଲେ। ଏପରିକି ଏମ୍‌ଓୟୁ ମଧ୍ୟ ସ୍ବାକ୍ଷର କଲେ। ମାତ୍ର ତାହା ହେଲାନାହିଁ। ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାହା କାର୍ଯ୍ୟକାରୀ କରିଥାଏ ବୋଲି ସେ କହିଥିଲେ।

ନୂଆ ଓଡ଼ିଶା ଗଠନ କରିବାକୁ ଆହ୍ବାନ ଆସିଛି। ଆସନ୍ତା ୨୦୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବା ବେଳେ ରାଜ୍ୟ ସମୃଦ୍ଧ ହୋଇସାରିଥିବ। ୨୦୪୭ ବେଳକୁ ଭାରତ ଯେ‌ତେବେଳେ ବିକଶିତ ଭାରତ ହୋଇଥିବ, ସେତେବେଳକୁ ବିକଶିତ ଭାରତ ରୂପକ ରେଳର ପ୍ରଥମ ଡବା ଓଡ଼ିଶା ହୋଇଥିବ। ଲୋକଙ୍କ ଦାବିକୁ ଅଗ୍ରାଧିକାର ଦେଇ ଦିଲ୍ଲୀକୁ କେନ୍ଦୁଝର ଦେଇ ରେଳ ଚଳାଚଳ କରିଛି। ଗତ ସପ୍ତାହରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ଆରମ୍ଭ କରିଛି। ଆଗାମୀ ଦିନରେ ଦିଲ୍ଲୀକୁ କେନ୍ଦୁଝର ଦେଇ ଅନେକ ଟ୍ରେନ୍‌ ଚଳାଚଳ କରିବ। ସେହିପରି ବଡ଼ବିଲରୁ ଚଣ୍ଡିଖୋଲକୁ ୮ ଥାକିଆ ‌ରାସ୍ତା ସହିତ ସର୍ଭିସ୍‌ ରୋଡ୍‌ ନିର୍ମାଣ ହେବ। କେନ୍ଦୁଝର ଏକ ଆଦିବାସୀବହୁଳ ଅବହେଳିତ ଜିଲ୍ଲା ହୋଇଥିବାରୁ ଏହାର ବିକାଶ ପାଇଁ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  

‘ଲାଇଫ୍‌ ସେଭର୍ସ’ ଗ୍ରୁପ୍‌ ଟ୍ରଷ୍ଟର ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ବ୍ୟାପକ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ନାଏକ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ, ଜିଲ୍ଲାପାଳ ବିଶାଲ ସିଂ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe