ଗୃହରେ ଉଠିଲା ବିହନ ଅଭାବ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ଶାସକ ଓ ବିରୋଧୀ

Advertisment
ଗୃହରେ ଉଠିଲା ବିହନ ଅଭାବ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ଶାସକ ଓ ବିରୋଧୀ

image source-odishaassembly.nic.in

ଭୁବନେଶ୍ବର: ବିହନ ଅଭାବ ନେଇ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ମଧ୍ୟରେ ଉଦବେଗ ଦେଖିବାକୁ ମିଳିଛି। ୧୦୦୯ ଧାନର  ପୁରଣା ବିହନ ନ ମିଳିବା ନେଲ ପ୍ରଶ୍ନ ଉଠାଇ ଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ସରକାର ଯୋଗାଉଥିବା ବିହନ ଗଜା ହେଉ ନଥିବା ଅଭିଯୋଗ ଆଣିଥିଲେ ବିରୋଧୀ।

ଏ ପ୍ରସଙ୍ଗରେ କୃଷି ମନ୍ତ୍ରୀ କହିଛନ୍ତି ଯେ ୨୦୨୨-୨୩ରେ ୩୩ଲକ୍ଷ ୧୯ ହଜାର୩୯୦ ହେକ୍ଟର ଜମିରେ ଧନ ଚାଷ କରିବାକୁ ସରକାର ଲକ୍ଷ ରଖିଛନ୍ତି। ସେଥିପାଇଁ ୧୩ ଲକ୍ଷ ୨୭ ହାଜର ୭୬୦ କୁଇଣ୍ଟାଲ ବିହନ ଆବଶ୍ୟକ ରହିଛି। ସେଥିରୁ ୪ ଲକ୍ଷ ୭୫ ହଜାର ୨୪୪ କୁଇଣ୍ଟାଲ ବିହନ ବିଭିନ୍ନ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇଛନ୍ତି। ରାଜ୍ୟରେ ବିହନ ଉତ୍ପାଦନ ପାଇଁ ୫୨୦୦ ଚାଷୀ ନିୟୋଜିତ କରିଛନ୍ତି।

ଭାରତ ସରକାରଙ୍କ ବିହନ ନିୟମ ଅନୁସାରେ, ୧୦ ବର୍ଷରେ ଥରେ ବିହନ ପରିବର୍ତ୍ତନ ହୋଇଥାଏ। ସେଥିପାଇଁ ପୁରୁଣା ବିହନ ସରକାରଙ୍କ ପାଖରେ ନାହିଁ। ଵର୍ତ୍ତମାନ ସୁଦ୍ଧା ୭୫ଟି ନୂଆ ବିହନ ସରକାର ଯୋଗାଉଛନ୍ତି । ବର୍ତ୍ତମାନ ୨୨ଟି ବେସରକାରୀ ସଂସ୍ଥା ବିହନ ଯୋଗାଉଥିବା ବେଳେ ୯୦ଟି ବେସରକାରୀ ସଂସ୍ଥା ରାଜ୍ୟ ବିହନ ନିଗମ ସହ ଚୁକ୍ତି କରିଛନ୍ତି। ଯେଉଁଠି ଗଜା ମରୁଡି ହୋଇଛି । ଅଭଯୋଗ ଆସିଲେ ସରକାର ତୁରନ୍ତ ଫିଲଡ଼ ଭିଜିଟ କରି ପଦକ୍ଷପ ନେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe