Advertisment

Cricket: ବିହାରୀଲାଲ୍‌ ଟି-୨୦ କ୍ରିକେଟ୍‌: ଫାଇନାଲ୍‌ରେ ରାମେଶ୍ବର-କିଶୋର

Advertisment
New Project

sports Photograph: (sambad.in)

ଭୁବନେଶ୍ବର: ବିହାରୀଲାଲ ସ୍ପୋର୍ଟସ ଟ୍ରଷ୍ଟ୍‌ ପକ୍ଷରୁ ଚାଲିଥିବା ୨୭ତମ ଅନ୍ତଃକ୍ଲବ୍‌ ବିହାରୀଲାଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ରବିବାର ଖେଳାଯିବ। ଯୁବ ଖେଳାଳିଙ୍କୁ ନେଇ ହେଉଥିବା ମୁଖ୍ୟ ପ୍ରତିଯୋଗିତାର ଫାଇନାଲ୍‌ରେ ରାମେଶ୍ବର ସ୍ପୋର୍ଟିଂ ଭେଟିବ କିଶୋର କ୍ଲବ୍‌କୁ। ଶନିବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ରାମେଶ୍ବର ୨୪ ରନ୍‌ରେ ପୁରୀର ମହାବୀର କ୍ଲବ୍‌କୁ ଏବଂ କିଶୋର କ୍ଲବ୍‌ ୧୪ ରନ୍‌ରେ ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌କୁ ପରାସ୍ତ କରିଛି। ଏହି ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ସାର୍ଥକ ବେହେରା (୨୭ ବଲରୁ ୮୦ ରନ୍‌) ଓ ଆର୍‌ ଦେବା (୧୬ ବଲ୍‌ରୁ ୪୫ ରନ୍ ଏବଂ ୨/୧୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଅନ୍ୟପକ୍ଷରେ ଭେଟେରାନ୍‌ ବର୍ଗର ଫାଇନାଲ୍‌ରେ ଜିପି ବ୍ଲାଷ୍ଟର୍ସ ଭେଟିବ କିଶୋର କ୍ଲବ୍‌କୁ। ଫଳରେ କିଶୋର କ୍ଲବ୍‌ ପାଇଁ ଦ୍ବିମୁକୁଟ ଅର୍ଜନ କରିବାର ସୁଯୋଗ ରହିଛି। ଶନିବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ଜେପି ବ୍ଲାଷ୍ଟର୍ସ ୪୪ ରନ୍‌ରେ ସହିଦ ସ୍ପୋର୍ଟିଂକୁ ଏବଂ କିଶୋର କ୍ଲବ୍‌ ଆୟୋଜକ ବିହାରୀଲାଲ୍‌ ସ୍ପୋର୍ଟସ ଟ୍ରଷ୍ଟ୍‌କୁ ୭ ୱିକେଟ୍‌ରେ ପରାସ୍ତ କରିଥିଲା। ଏହି ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ଦୀପକ ସାହୁ (୨୧ ବଲ୍‌ରୁ ୫୦ ରନ୍) ଓ ସାର୍ଥକ ପ୍ରଧାନ (୧୮ ବଲ୍‌ରୁ ୪୯ ରନ୍) ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରବିବାର ଉଭୟ ବର୍ଗର ଫାଇନାଲ୍‌ ମ୍ୟାଚ୍‌ ସହିତ ଏହି ୪ ଦିନିଆ ପ୍ରତିଯୋଗିତା ଉଦ୍‌ଯାପିତ ହେବ ବୋଲି ଆୟୋଜକ ବିହାରୀଲାଲ୍‌ ‌ସ୍ପୋର୍ଟସ ଟ୍ରଷ୍ଟ୍‌ର ସଭାପତି ଅକ୍ଷୟ କୁମାର ଜେନା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe