ବୁଡ଼ିଗଲା ବିଜାଡିହି ନାଳ: ୫ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

Advertisment

ଦୁଇଦିନ ଧରି ଜାରି ରହିଥିବା ଲଗାଣବର୍ଷା ଯୋଗୁ ବିଶ୍ରା ବ୍ଲକ୍‌ ଅଧୀନସ୍ଥ ସନ୍ତୋଷପୁର ପଞ୍ଚାୟତର ବିଜାଡିହି ନାଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ଫଳରେ ନାଳରେ ଥିବା ପୋଲ ଉ‌ପରେ ପ୍ରଖର ଜଳସ୍ରୋତ ପ୍ରବାହିତ ହେବାରୁ ଏହି ରାସ୍ତାଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି....

ଦୁଇଦିନ ଧରି ଜାରି ରହିଥିବା ଲଗାଣବର୍ଷା ଯୋଗୁ ବିଶ୍ରା ବ୍ଲକ୍‌ ଅଧୀନସ୍ଥ ସନ୍ତୋଷପୁର ପଞ୍ଚାୟତର ବିଜାଡିହି ନାଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ଫଳରେ ନାଳରେ ଥିବା ପୋଲ ଉ‌ପରେ ପ୍ରଖର ଜଳସ୍ରୋତ ପ୍ରବାହିତ ହେବାରୁ ଏହି ରାସ୍ତାଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି....

Bijadihi canal drowns: Communication cut off to 5 villages

Bijadihi canal drowns: Communication cut off to 5 villages Photograph: (sambad.in)

ବିଶ୍ରା: ଦୁଇଦିନ ଧରି ଜାରି ରହିଥିବା ଲଗାଣବର୍ଷା ଯୋଗୁ ବିଶ୍ରା ବ୍ଲକ୍‌ ଅଧୀନସ୍ଥ ସନ୍ତୋଷପୁର ପଞ୍ଚାୟତର ବିଜାଡିହି ନାଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ଫଳରେ ନାଳରେ ଥିବା ପୋଲ ଉ‌ପରେ ପ୍ରଖର ଜଳସ୍ରୋତ ପ୍ରବାହିତ ହେବାରୁ ଏହି ରାସ୍ତାଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଯାହା ଦ୍ବାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପକ୍ଷରେ ଭରାନାଳର ଭୟଙ୍କର ରୂପକୁ ଦେଖିବା ପାଇଁ ବିଭିନ୍ନ ଗ୍ରାମର ଲୋକେ ନାଳ ନିକଟରେ ପହଞ୍ଚିଥିଲେ। ଲୋକେ ଭରାନାଳ ଓ ପୋଲର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ସେୟାର କରୁଛନ୍ତି।

ନାଳ ଉପରେ ଥିବା ପୋଲ ବୁଡ଼ିଯିବା ଯୋଗୁ ବାଙ୍ଗୁରକେଲା, ସନ୍ତୋଷପୁର, ଆର୍‌ଏସ୍‌ କଲୋନି, ଜାମସେରା, ଝିରପାଣି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନହେବା ସହ ଯାତାୟାତ ପାଇଁ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। 

ଗାଁଲୋକମାନଙ୍କୁ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ଆସିବା ପାଇଁ ଅନ୍ୟବାଟ ଦେଇ ଅଧିକ ଦୂର ଅତିକ୍ରମ କରିବାକୁ ପଡୁଛି।

 Baleswar 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe