ବିଜାପୁର ନକ୍ସଲ ଆକ୍ରମଣ ଘଟଣା : ଯବାନଙ୍କ ଫଟୋ ଛାଡ଼ିଲେ ନକ୍ସଲ, ଆଲୋଚନା ପାଇଁ ପୁଣି ପ୍ରସ୍ତାବ ଦେଲେ

ବିଜାପୁର ନକ୍ସଲ ଆକ୍ରମଣ ଘଟଣା : ଯବାନଙ୍କ ଫଟୋ ଛାଡ଼ିଲେ ନକ୍ସଲ, ଆଲୋଚନା ପାଇଁ ପୁଣି ପ୍ରସ୍ତାବ ଦେଲେ

ମାଲକାନଗିରି : ସୁରକ୍ଷିତ ଏବଂ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଯବାନ ରାଜେଶ୍ବର ସିଂ ମନହାସ। ସରକାର ମଧ୍ୟସ୍ଥିଙ୍କ ନାମ ଘୋଷଣା ସହ ଆଲୋଚନା ପାଇଁ ପଠାଇଲେ ରାଜେଶ୍ବରଙ୍କୁ ଛଡ଼ାଯିବ। ଗତକାଲି ଏମିତି ସ୍ପଷ୍ଟୀକରଣ ଦେଇଥିଲେ ମାଓ ସଂଗଠନର ପ୍ରବକ୍ତା ବିକଳ୍ପ। ଏହାପରେ ଆଜି ସଂଗଠନ ପକ୍ଷରୁ ରାଜେଶ୍ବରଙ୍କ ଗୋଟିଏ ଫଟୋ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି। ଯାହାକି ଅପହୃତ ଯବାନଙ୍କ ପରିବାରକୁ ଆଶ୍ବସ୍ତ କରିଛି। ଅନ୍ୟପକ୍ଷରେ ତୁରନ୍ତ ସରକାର ପଦକ୍ଷେପ ନେବାକୁ ଯବାନଙ୍କ ପତ୍ନୀ ନିବେଦନ କରିଛନ୍ତି।

ଗତ ଶନିବାର ଦିନ ବିଜାପୁର-ସୁକୁମା ସୀମାରେ ହୋଇଥିବା ନକ୍ସଲଙ୍କ ହମଲାରେ ୨୨ ଯବାନ ସହିଦ ହୋଇଥିଲେ। ଯବାନ ରାଜେଶ୍ବର ମଧ୍ୟ ନିଖୋଜ ହୋଇଯାଇଥିଲେ। ପୁଲିସ ଓ ଅର୍ଦ୍ଧସାମରିକ ବଳ ପକ୍ଷରୁ ସନ୍ଧାନ ଆରମ୍ଭ ହେବାପରେ ଗଣମାଧ୍ୟମକୁ ଯୋଗାଯୋଗ କରିଥିଲା ନକ୍ସଲ ସଂଗଠନ। ରାଜେଶ୍ବର ବନ୍ଦୀ ହୋଇଥିବା ନେଇ ସୂଚନା ଦେଇଥିଲା। ଏହାପରେ ରାଜେଶ୍ବରଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି। ଯବାନଙ୍କ ପରିବାର ମଧ୍ୟ ଛାଡ଼ି ଦେବାକୁ ସଂଗଠନ ନିକଟରେ ନେହୁରା ହୋଇଥିଲେ। ଗତକାଲି ପ୍ରେସ୍ ବିଜ୍ଞପ୍ତି ଜାରି କରି ସଂଗଠନ ପୁଣି ରାଜେଶ୍ବରଙ୍କ ସଂପର୍କରେ ସୂଚନା ଦେଇଥିଲା। ରାଜେଶ୍ବର ଆହତ ହୋଇଛନ୍ତି ଏବଂ ଚିକିତ୍ସା ଚାଲିଥିବା ନେଇ ଅବଗତ କରାଯାଇଥିଲା। ଏପରିକି ତାଙ୍କର କୌଣସି କ୍ଷତି କରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ତେବେ ମଧ୍ୟସ୍ଥିଙ୍କ ସହ ଆଲୋଚନା ପରେ ହିଁ ଯବାନଙ୍କୁ ଛାଡ଼ିବେ ବୋଲି କୁହାଯାଇଥିଲା।

ଆଜି ନକ୍ସଲ ଫଟୋ ପଠେଇବା ପରେ ପରିବାର ଲୋକେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି। ତେବେ ସରକାର ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe