ଡିଜି ଦାୟିତ୍ବରେ ବିଜୟ ଶର୍ମା

Advertisment
ଡିଜି ଦାୟିତ୍ବରେ ବିଜୟ ଶର୍ମା

photo by : Tathya

ଭୁବନେଶ୍ବର : ଭାରତର ନିର୍ବାଚନ କମିସନଙ୍କ ସମ୍ମତି କ୍ରମେ ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ୍ ଅଫିସର ବିଜୟ କୁମାର ଶର୍ମାଙ୍କୁ ପୁଲିସ ଡିଜି ଦାୟିତ୍ବ ଦେଇଛନ୍ତି। ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କାର୍ଯ୍ୟରେ େଯାଗଦେବା ପର୍ଯ୍ୟନ୍ତ ଶ୍ରୀ ଶର୍ମା ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇବେ। ଅଗ୍ନିଶମ ଡିଜି ଭାବେ ବିଜୟ ଶର୍ମା ଏବେ ଦାୟିତ୍ବ ତୁଲାଉଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପତ୍ନୀ ତୁଷାର ଶର୍ମାଙ୍କ ଅସୁସ୍ଥତା କାରଣରୁ ଡିଜି ଡାକ୍ତର ଶର୍ମା ଛୁଟିରେ ଥିଲେ। ୧୦ ତାରିଖରେ ସେ କାର୍ଯ୍ୟରେ େଯାଗ ଦେଇଥାନ୍ତେ। ଏହି ସମୟରେ ଗୁଇନ୍ଦା ଡିଜି ସୁନୀଲ ରାୟ ଦାୟିତ୍ବ ସମ୍ଭାଳୁଥିଲେ। ହେଲେ ଆଜି ଡିଜି ଡାକ୍ତର ଶର୍ମାଙ୍କ ପତ୍ନୀଙ୍କର ପରଲୋକ ଘଟିଛି। ପାଖାପାଖି ମାସେ ପର୍ଯ୍ୟନ୍ତ େସ ଛୁଟିରେ ରହିପାରନ୍ତି। ନିର୍ବାଚନଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଡିଜିଙ୍କୁ ଏତେ ଦିନ ଛୁଟିରେ ଦେବା ସମ୍ଭବ ନୁହେଁ। ଏଣୁ ସରକାର ଆଜି ଏ ସଂକ୍ରାନ୍ତରେ ନିର୍ବାଚନ କମିସନଙ୍କ ମତ େଲାଡିଥିଲେ। ପରାମର୍ଶ କ୍ରମେ ରାଜ୍ୟ ସରକାର ତିନିଜଣ ଡିଜି ପାହ୍ୟାର ଅଧିକାରୀ ବିଜୟ କୁମାର ଶର୍ମା, ସୁନୀଲ ରାୟ ଓ କେବି ସିଂହଙ୍କ ନାମ କମିସନଙ୍କ ନିକଟକୁ ପଠାଇଥିଲେ। ନିର୍ବାଚନ କମିସନ ବିଜୟ ଶର୍ମାଙ୍କ ନାମ ଉପରେ ସହମତି ପ୍ରକାଶ କରି ପଠାଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଠାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe