ଆଇସିୟୁରେ ଅଛନ୍ତି, ହେଲେ ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି, ସୂଚନା ଦେଲେ ଶ୍ରୀତମ ଦାସ

Advertisment
ଆଇସିୟୁରେ ଅଛନ୍ତି, ହେଲେ ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି, ସୂଚନା ଦେଲେ ଶ୍ରୀତମ ଦାସ

ଭୁବନେଶ୍ବର: ଓଡ଼ିଶାର ବରିଷ୍ଠ ସିନେ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବାର ସୂଚନା ମିଳିଛି। ଏନେଇ ଜଣାଶୁଣା ଅଭିନେତା ତଥା ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସଂପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବି ବିଜୟ ମହାନ୍ତି ଆଇସିୟୁରେ ଅଛନ୍ତି। ତେବ ତାଙ୍କ ଅକ୍ସିଜେନ ଚାଲୁ ରହିଛି। ତାଙ୍କର ଅବସ୍ଥା ଭଲ ରହିଛି। ସୋସିଆଲ ମିଡିଆରେ ବିଜୟ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ସୃଷ୍ଟି ନ କରିବାକୁ  ସେ ପରାମର୍ଶ ଦେଇଛନ୍ତି।

publive-image

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତି ରାଜ୍ୟର ଘରେ ଘରେ ପରିଚିତ। ନାୟକ, ଖଳନାୟକ ଓ ଚରିତ୍ର ଅଭିନୟରେ ସେ ଓଡ଼ିଆ ଦର୍ଶକଙ୍କ ମନଜିଣିଥିଲେ।  ନିଭାଇଥିବା ପ୍ରତିଟି ଚରିତ୍ରକୁ ଜୀବନ୍ତ କରିତୋଳିବା ଥିଲା ବିଜୟଙ୍କ ସ୍ବକୀୟତା। ଏଥିଲାଗି ସେ ଏକାଧିକବାର ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।

ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ଦିଲ୍ଲୀରୁ ପ୍ରଶିକ୍ଷଣପ୍ରାପ୍ତ ବିଜୟ ମହାନ୍ତି  ବସନ୍ତ ନାୟକଙ୍କ  ‘ନାଗଫାଶ’ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଉଚ୍ଚକୋଟୀର ଅଭିନୟ ନିମନ୍ତେ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି।

ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ‘ଭୁଲି ହୁଏନା’ ନାମକ ଏକ ଚଳଚ୍ଚିତ୍ରରେ ସେ ନିର୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe