ବିଜୟଙ୍କ ଘୋଷଣା: ସେପ୍ଟେମ୍ବରରେ ବେକାରୀ ସମାବେଶ

Advertisment
ବିଜୟଙ୍କ ଘୋଷଣା: ସେପ୍ଟେମ୍ବରରେ ବେକାରୀ ସମାବେଶ

କଟକ : ଶିକ୍ଷିତ ବେକାର ଯୁବକ, ଯୁବତୀଙ୍କୁ ସ୍ୱାବଲମ୍ବୀ ତଥା ପ୍ରଶିକ୍ଷଣ ଦେବା ପାଇଁ କେନ୍ଦ୍ର ସରକାର ପ୍ରଚଳନ କରିଛନ୍ତି ‘ସ୍କିଲ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ। ବିଭାଗୀୟ ମନ୍ତ୍ରୀ ବେକାରୀ ସମସ୍ୟା ଦୂରୀକରଣ ନେଇ ବିଭିନ୍ନ ସଭା ସମିତିରେ ବାହାସ୍ଫୋଟ ମାରୁଛନ୍ତି। କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା। ପ୍ରଶିକ୍ଷଣ ପରେ ବେକାର ଯୁବକ/ଯୁବତୀଙ୍କୁ ଚାକିରି ମିଳୁନାହିଁ। ଓଡ଼ିଶାରେ ବି ସ୍ଥିତି ସେୟା। କେବଳ ଦକ୍ଷତା ବିକାଶ ନାଁରେ ଦେଶରେ ଦୁର୍ନୀତି ଚାଲିଛି। ଦେଶରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଭଳି ଢଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଟାର୍ଗେଟ୍‌ କରି ଆସନ୍ତା ସେପ୍ଟେମ୍ବରରେ ଭୁବନେଶ୍ୱରରେ ଏକ ରାଜ୍ୟସ୍ତରୀୟ ବେକାରୀ ସମାବେଶ କରିବା ପାଇଁ ଘୋଷଣା କରିଛନ୍ତି।

ମହାନଦୀ ବିହାରରେ ‘ଯୁବକ୍ରାନ୍ତି’ ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରୀ ମହାପାତ୍ର ଯୋଗ ଦେଇ କେନ୍ଦ୍ର ସରକାରଙ୍କ ‘ସ୍କିଲ ଇଣ୍ଡିଆ’ ଓ ରାଜ୍ୟ ସରକାରଙ୍କ ‘ସ୍କିଲ ଓଡିଶା’ କାର୍ଯ୍ୟକ୍ରମକୁ କଡ଼ା ସମାଲୋଚନା କରିଛନ୍ତି। ବୈଠକରେ ଯୁବକ୍ରାନ୍ତି ସଭାପତି ଜ୍ୟୋତିପ୍ରସାଦ ଦାସ ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe