ଦିଲୀପ ରାୟଙ୍କ ଜନ୍ମଦିନ ସଭାରେ ବିଜୟ ମହାପାତ୍ର

Advertisment
ଦିଲୀପ ରାୟଙ୍କ ଜନ୍ମଦିନ ସଭାରେ ବିଜୟ ମହାପାତ୍ର

କଟକ : ବିଜେପି ବିଧାୟକ ଦିଲୀପ ରାୟ ଆଜି ନିଜର ଜନ୍ମଦିନ ପାଳିଛନ୍ତି କଟକରେ। କଟକ ଖପୁରିଆସ୍ଥିତ ପଞ୍ଚମୂଖୀ ହନୁମାନ ମନ୍ଦିରକୁ ଶ୍ରୀ ରାୟ ନିଜ ପରିବାର ଲୋକଙ୍କ ସହ ଆସି ପୂଜାର୍ଚ୍ଚନା କରିବା ସହ ଏକ ନିରାଡମ୍ବର ଭୋଜିର ଆୟୋଜନ କରିଥିଲେ। ଏଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର, ଯୁବ ନେତା ଶୁଭେନ୍ଦୁ ମହାନ୍ତିଙ୍କ ସମେତ କଟକର କେତେଜଣ ଯୁବନେତା, ମେ’ ଫେୟାର ଗ୍ରୁପ୍‌ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ପରେ ସମସ୍ତେ ଏକାଠି ଭୋଜି ଖାଇ ଫେରି ଯାଇଥିଲେ। ଏହି କାର୍ଯ୍ୟକ୍ରମରେ କିନ୍ତୁ କଟକର କୌଣସି ବିଜେପି ନେତା ଅଥବା ଅନ୍ୟ ଦଳର ନେତାଙ୍କୁ ଦେଖିବାକୁ ମିଳି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe