ସରକାର ବାଟବଣା ହୋଇଗଲେଣି: ବିଜୟ ମହାପାତ୍ର

Advertisment

କଟକ-ଭୁବନେଶ୍ବର କରୋନା ସ୍ଥିତି ନେଇ ସରକାରଙ୍କୁ ଭର୍ତ୍ସନା, ତୁରନ୍ତ ଏକ ହଜାର ଆଇସିୟୁ ବେଡ୍‌ ବ୍ୟବସ୍ଥା ହେଉ

କଟକ-ଭୁବନେଶ୍ବର କରୋନା ସ୍ଥିତି ନେଇ ସରକାରଙ୍କୁ ଭର୍ତ୍ସନା, ତୁରନ୍ତ ଏକ ହଜାର ଆଇସିୟୁ ବେଡ୍‌ ବ୍ୟବସ୍ଥା ହେଉ

ମହାନଦୀ ଜଳ ବିବାଦ: ତେଜୁଛି ରାଜନୀତି

OST

ଭୁବନେଶ୍ୱର : କଟକ-ଭୁବନେଶ୍ବରରେ ଗତ କିଛି ଦିନ ହେଲା କରୋନା ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। କୋଭିଡ୍‌ ହସ୍ପିଟାଲ୍‌ରେ ବେଡ୍‌ ମିଳୁ ନ ଥିବାରୁ ସ୍ଥିତି ଅଧିକ ଜଟିଳ ହୋଇପଡ଼ୁଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଓ ମହାନଗର ନିଗମକୁ ତୀବ୍ର ଭର୍ତ୍ସନା କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ଏପରି ଏକ ସଙ୍କଟ ସମୟରେ ସରକାର ଓ ସରକାରୀ କଳ ବାଟବଣା ‌ହୋଇଯାଇଛନ୍ତି ବୋଲି ସେ ଆରୋପ ଲଗାଇଛନ୍ତି। ଏପରି ଭୟଙ୍କର ଅବସ୍ଥା ସମୟରେ ସରକାର ତୁରନ୍ତ ଏକ ହଜାର ଆଇସିୟୁ ବେଡ୍‌ ଅସ୍ଥାୟୀ ଭାବେ ତିଆରି କରନ୍ତୁ। ନ ହେଲେ ଲୋକ ଚିକିତ୍ସା ନ ପାଇ ମରିଯିବେ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ କୌଣସି ହସ୍ପିଟାଲ୍‌ରେ ରୋଗୀଙ୍କୁ ବେଡ୍‌ ମିଳୁ ନାହିଁ। ଡହଳ ବିକଳର କରୁଣ ଚିତ୍ର ସବୁଆଡ଼େ। ସମ୍ ହସ୍ପିଟାଲ୍‌‌ରେ ଆଇସିୟୁ, ନନ୍-ଆଇସିୟୁ ଓ ଓଟି ବେଡ୍‌ ମିଶାଇ ମୋଟ୍‌ ୭୨୫ ବେଡ୍‌ ଥିଲା ବେଳେ ସେଥିରୁ ଖାଲି ଅଛି ମାତ୍ର ୭/୮ଟି। କିମ୍‌ସ୍‌ରେ ୪୫୦ ବେଡ୍‌ ମଧ୍ୟରୁ ମାତ୍ର ୪୦ଟି ନନ୍-ଆଇସିୟୁ ବେଡ୍‌ ଖାଲି ଅଛି। କଟକରେ ଥିବା ୪୮୩ କୋଭିଡ୍‌ ବେଡ୍‌ ମଧ୍ୟରୁ ଗୋଟିଏ ବି ଖାଲି ନାହିଁ। କିନ୍ତୁ ସରକାରୀ କଳର ଏଥି ପ୍ରତି ଧ୍ୟାନ ନାହିଁ। କୌଣସି ଯୋଜନା ନାହିଁ କି ଚିନ୍ତା ବି ନାହିଁ। ଭୁବନେଶ୍ବରରେ ବିଏମ୍‌ସି କମିସନର୍‌ଙ୍କ ଅପାରଗତା, ଅଯୋଗ୍ୟତା ଓ ଅହମିକା ପାଇଁ ସହର ଏକ ଜଳନ୍ତା ନିଆଁରେ ପରିଣତ ହୋଇଗଲା। ଭୁବନେଶ୍ବରର ୫ଟି ଜୋନ୍‌ରେ ୫ ଜଣ ବରିଷ୍ଠ ଆଇଏଏସ୍‌ ଅଫିସର୍‌ଙ୍କୁ ଦାୟିତ୍ବ ଦେଇ ରଣନୀତି ପ୍ରସ୍ତୁତ କଲେ ପରିସ୍ଥିତି ନିୟନ୍ତ୍ରଣକୁ ଆସିପାରନ୍ତା। ସରକାର ଖାଲି ପୁଲିସକୁ ଦୋଷ ଦେଇ ଖସି ଯାଇପାରିବେନି। ପୁଲିସ କର୍ମଚାରୀ ଓ ଅଫିସର୍‌ ମଧ୍ୟ ବହୁ ସଂଖ୍ୟ୍ୟାରେ ସଂକ୍ରମିତ ହୋଇସାରିଛନ୍ତି। ୬ ମାସ ଧରି ସଟ୍‌ଡାଉନ୍ ଓ ଲକ୍‌ଡାଉନ୍‌ରେ ପୁଲିସ୍‌ର କାର୍ଯ୍ୟ ପ୍ରଶଂସନୀୟ ଥିଲା। ଏବେ ସବୁଆଡ଼େ ଦୋକାନ ବଜାର ଖୋଲା। ତେଣୁ ଏହି ଅବସ୍ଥାକୁ ପୁଲିସ୍ ନିୟନ୍ତ୍ରଣ କରିପାରିବନି। କୋରନା ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ମହାନଗର ନିଗମ ଦାୟିତ୍ବ ନିଅନ୍ତୁ। ସରକାର ପରିସ୍ଥିତିର ଗୁରୁତ୍ବ ଉପଲବ୍ଧ କରି ତିନି ଦିନ ଭିତରେ ସମସ୍ୟାର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe