ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଗାଁ ଘର ଜଳିଗଲା

Advertisment
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଗାଁ ଘର ଜଳିଗଲା

ଗରଦପୁର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପାଟକୁରାର ପୈତୃକ ଗ୍ରାମ ତଳକୁସୁମାଠାରେ ଥିବା ୪ ବଖରା ଚାଳ ଛପର ଘର ନିଆଁ ଲାଗି ଜଳି ଯାଇଛି।

ସୂଚନା ଅନୁଯାୟୀ ସୋମବାର ଦିନ ପ୍ରାୟ ୧୨ଟା ସମୟରେ ଏହି ଅଗ୍ନିକାଣ୍ତ ଘଟିଥିଲା। ଗରଦପୁର ଓ କୋରୁଆର ଅଗ୍ନୀଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ବି ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ତେବେ ନିଆଁ କେଉଁ କାରଣରୁ ଲାଗିଛି, ତାହାର କାରଣ ସ୍ପଷ୍ଟ ହୋଇ ପାରି ନାହିଁ। ବିଦ୍ୟୁତ ସର୍ଟି ସର୍କିଟ ଯୋଗୁଁ ନିଆଁ ଲାଗି ଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇବା ପରେ ଶ୍ରୀ ମହାପାତ୍ର ଗାଁରେ ପହଞ୍ଚିଥିଲେ। ଏହା ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଘଟିଛି ନା ଏହା ପଛରେ ଅନ୍ୟ କିଛି କାରଣ ‌ଅଛି, ତାହା ଅଧିକ ତଦନ୍ତ ହେଲେ ସ୍ପଷ୍ଟ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe