୧୩ ମାସ ପରେ ପଦବି ପାଇଲେ ବିଜୟ ଶର୍ମା

Advertisment
୧୩ ମାସ ପରେ ପଦବି ପାଇଲେ ବିଜୟ ଶର୍ମା

prameyanews.com

ଭୁବନେଶ୍ବର : ପୂର୍ବତନ ପୁଲିସ ଡିଜି ତଥା ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ବିଜୟ କୁମାର ଶର୍ମାଙ୍କୁ ୧୩ ମାସ ପରେ ସରକାର ନୂତନ ପଦବିରେ ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କୁ କଟକସ୍ଥିତ ସରକାରୀ ଛାପା, ମୁଦ୍ରଣ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଉଲ୍ଲେଖଥାଉକି, ଅଗ୍ନିଶମ ବାହିନୀରେ ଦୁର୍ନୀତି ଅଭିଯୋଗ ଆଣି ଶ୍ରୀ ଶର୍ମାଙ୍କୁ ୨୦୧୯ ନଭେମ୍ବର ୨୦ ତାରିଖରେ ପୁଲିସ ଡିଜି ପଦରୁ ନାଟକୀୟ ଢଙ୍ଗରେ ହଟାଇ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ଦୁର୍ନୀତିର ତଦନ୍ତ ପାଇଁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଥିଲା। କିନ୍ତୁ ତାଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନ ମିଳିବାରୁ ଏବେ ସରକାର ପୁଣି ଥରେ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡ଼ିଛି।

ସେହିପରି ୨୦୦୩ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ହିମାଂଶୁ ଲାଲଙ୍କୁ କାରାଗାର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ଲାଲ୍‌ କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିବା ପରେ ଦୀର୍ଘ ୩ ମାସ ଧରି ନୂତନ ପଦବିରେ ନିଯୁକ୍ତି ପାଇବା ପାଇଁ ଅପେକ୍ଷା କରି ରହିଥିଲେ। ଗତ ଡିସେମ୍ବର ୨୮ ତାରିଖରେ ଶ୍ରୀ ଲାଲଙ୍କୁ ଡିଆଇଜି ପାହ୍ୟାରୁ ଆଇଜି ପାହ୍ୟାକୁ ପଦୋନ୍ନତି ମଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe