ବେଦପ୍ରକାଶଙ୍କୁ ଟିକେଟ୍ ଦେଇ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି: ବିଜୟ

Advertisment
ରାତି ପାହିଲେ ପାଟକୁରା ନିର୍ବାଚନ ଫଳ: କ’ଣ କହିଲେ ବିଜେଡି-ବିଜେପି-କଂଗ୍ରେସ ନେତା ଜାଣନ୍ତୁ

odishasuntimes.com

ଭୁବନେଶ୍ବର : ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନରେ ବେଦପ୍ରକାଶ ଅଗ୍ରୱାଲ ବିଜେଡି ପକ୍ଷରୁ ଏଠାରେ ଲଗାତର ତୃତୀୟ ଥର ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିପକ୍ଷରେ ଲଢ଼ୁଥିଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ପାଟକୁରା ଆସନର ଫଳାଫଳ ଉପରେ ସାରା ରାଜ୍ୟର ନଜର ଥିଲା। ବେଦପ୍ରକାଶଙ୍କ ପରଲୋକରେ ବ‌ିଜୟ ଶୋକ ପ୍ରକାଶ କରିବା ସହ ବ୍ୟକ୍ତିଗତ ଭାବେ ସେ ଏହା ଦ୍ବାରା ଗଭୀର ଭାବେ ଦୁଃଖିତ ବୋଲି କହିଛନ୍ତି। ତେବେ ବିଜୟ କହିଛନ୍ତି, ବେଦୁ ବାବୁ ଅସୁସ୍ଥ ଥିବା ଜାଣିବା ସତ୍ତ୍ବେ ବିଜେଡି ତାଙ୍କୁ ଟିକେଟ୍ ଦେଇ ତାଙ୍କ ପ୍ରତି ଅନ୍ୟାୟ କରିଛି। ନିର୍ବାଚନ ଘୋଷଣା ପୂର୍ବରୁ ବେଦୁ ବାବୁ ଅସୁସ୍ଥ ହୋଇ ପଡ଼ିଥିଲେ। କିନ୍ତୁ ତାଙ୍କୁ ଟିକେଟ ଦେଇ ଦଳ ତାଙ୍କ ପ୍ରତି କୌଣସି ପ୍ରକାର ନ୍ୟାୟ କରି ନାହିଁ।

ବେଦପ୍ରକାଶ ଓ ବିଜୟ ଏକଦା ରାଜନୈତିକ ସହଯୋଗୀ ଥିଲେ। ୧୯୯୦ରୁ ୧୯୯୫ ମସିହା ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ଉଭୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଥିଲେ। ବିଜୟ ଜଳସମ୍ପଦ ଓ ସଂସଦୀୟ ବ୍ୟାପାର ବିଭାଗ ପାଇଥିଲାବେଳେ ବେଦପ୍ରକାଶ ଅର୍ଥ ବିଭାଗ ଦାୟିତ୍ବ ତୁଲାଉଥିଲେ। ତେବେ ପରବର୍ତ୍ତୀ ସମୟରେ ଘଟଣାଚକ୍ରରେ ଉଭୟ ଭିନ୍ନ ଭିନ୍ନ ଦଳରେ ନିଜର ରାଜନୈତିକ ଜୀବନ ଜାରି ରଖିଥିଲେ। ୨୦୦୯ ମସିହାରେ ଉଭୟ ନେତା ପାଟକୁରାରେ ମୁହାଁମୁହିଁ ହୋଇଥିଲେ। ବିଜେଡି ପ୍ରାର୍ଥୀ ଭାବେ ବେଦପ୍ରକାଶ ଓ ବିଜେପି ପ୍ରାର୍ଥୀ ଭାବେ ବିଜୟ ପରସ୍ପର ବିରୋଧରେ ଲଢ଼ିଥିଲେ। ଏଥିରେ ବେଦପ୍ରକାଶ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ପୁଣି ଉଭୟ ନେତା ପରସ୍ପର ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଚୂଡ଼ାନ୍ତ ଲଢ଼େଇ ପୂର୍ବରୁ ବେଦପ୍ରକାଶ ଇହଧାମରୁ ବିଦାୟ ନେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe