ଭୁବନେଶ୍ବର: ରାଜ୍ୟରେ କରୋନା ଟିକାକରଣକୁ ନେଇ ନିଜର ମତ ରଖିଛନ୍ତି ପରବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି, ‘ଟିକାକରଣକୁ ବଢ଼ାଇବା ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରତ୍ବ ଦେଉଛି। ଟିକାକରଣ କେନ୍ଦ୍ର ବଢାଇବା ପାଇଁ ସବୁ ଜିଲାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଆଉ ରାଜ୍ୟରେ ଟିକାର ଅଭାବ ନାହିଁ। ଏଯାଏଁ ରାଜ୍ୟରେ ୪୬ ଲକ୍ଷ ୬୬ ହଜାର ପରିକସନ ଡୋଜ ନେଇ ସାରିଛନ୍ତି। ଯାହାକି ମୋଟ ଲୋକଙ୍କର ୧୪ପ୍ରତିଶତ। ବାକି ଲୋକଙ୍କଙ୍କ ଖୁବ ଶୀଘ୍ର ଟିକାକରଣ କରାଯିବ। ଏବେ ୯ ଲକ୍ଷ କୋଭିସିଲଡ଼ ଟିକା ଆସିଛି। ଏହାସହ ୧୦ ତାରିଖ ଦିନ ଆଉ ୬ ଲକ୍ଷ କୋଭିସିଲଡ଼ ଟିକା ଆସିବ। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ କି ସମସ୍ତେ ପ୍ରିକସନ ଡୋଜ ନିଅନ୍ତୁ। ଅବଧି ପୂରିଥିବା ୨୪ ଲକ୍ଷ ୯୦ ହଜାର ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । କିଭଳି ୩ ହଜାର ଟିକାକରଣ କେନ୍ଦ୍ର କାର୍ଯ୍ୟକାରୀ ହେବ ତାହାକୁ ଦୃଷ୍ଟି ଦିଆଯାଉଛି । ଗାଁ ଗାଁ ବୁଲି ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି।
ଗାଁ ଗାଁରେ ବୁଲିବ ବୁଷ୍ଟର ଟିକା ଭ୍ୟାନ: ବିଜୟ ପାଣିଗ୍ରାହୀ
Advertisment
Follow Us