ଓଡ଼ିଶାରେ ଚାଲିଥିବା କୁଶାସନ, ଦୁର୍ନୀତିକୁ ପରିବର୍ତ୍ତନ କରିବା ଆବଶ୍ୟକ: ବିଜୟ

Advertisment

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଓଡ଼ିଶାରେ ଚାଲିଥିବା କୁଶାସନ, ଦୁର୍ନୀତିକୁ ପରିବର୍ତ୍ତନ କରିବା ଆବଶ୍ୟକ: ବିଜୟ

ନୂଆଦିଲ୍ଲୀ: ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ସେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗେଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । କଂଗ୍ରେସରେ ଯୋଗ ଦେବା ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି ଯେ ପ୍ରଥମ ଥର ରାଜନୀତିରେ ଯୋଗ ଦେଉଛି | ନୀତି, ଆଦର୍ଶକୁ ନେଇ ଆଗକୁ ବଢ଼ିବି | ଓଡ଼ିଶାରେ କୁଶାସନ, ଦୁର୍ନୀତି ଓ ହିଂସାର ବାତାବରଣ ଚାଲିଛି | ପ୍ରଶାସନ ଲୋକଙ୍କ ପାଖରେ ପହଂଚିନାହିଁ | ଏବେ ସାଧାରଣ ଲୋକ କାହା ପାଖକୁ ଯିବେ ଜାଣିପାରୁନାହାନ୍ତି | ମୁଁ ଲୋକଙ୍କ ପାଇଁ କାମ କରିବି | ତେବେ କଂଗ୍ରେସରେ କାହିଁକି ଯୋଗ ଦେଲେ ପ୍ରଶ୍ନରେ ବିଜୟ କହିଛନ୍ତି ଯେ କଂଗ୍ରେସର ଉଦାରବାଦ ନୀତି ଯୋଗୁଁ ହାତ ଧରିଛି | ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ହେଉଛି ପ୍ରେମ ଓ ଭଲ ପାଇବାର ଯାତ୍ରା |

publive-image

ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ବିଜୟ ପଟ୍ଟନାୟକ ୨୦୧୩ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲା ପରେ ତୁରନ୍ତ ତାଙ୍କୁ ଷ୍ଟାଫ୍ ସିଲେକ୍ସନ୍ କମିସନର ଅଧ୍ୟକ୍ଷ କରାଗଲା। ପରେ ପରେ ତାଙ୍କୁ ମାନବାଧିକାର କମିସନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦିଆଗଲା। ସେ ୨୦୧୫ ଏପ୍ରିଲରେ ସେଠାରୁ ଇସ୍ତଫା ଦେଇଥିଲେ। ରାଜନୀତିରେ ଯୋଗ ଦେବେ ବୋଲି ସରକାରୀ ପଦବୀରୁ ସେ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ସେ ସମସ୍ତଙ୍କୁ ଚକିତ କରି ବେଦାନ୍ତରେ ଯୋଗ ଦେଇଥିଲେ। ପୁଣି ବେଦାନ୍ତ ବିଶ୍ୱବିଦ୍ୟାଳୟ ପରି ଏକ ବିବାଦୀୟ ପ୍ରକଳ୍ପର ମୁଖ୍ୟ ଭାବେ ଦାୟିତ୍ୱ ବି ନେଲେ। ଏହାପରେ ସେ ୨୦୧୭ରେ ବେଦାନ୍ତ ଛାଡ଼ିଦେଇଥିଲେ। ବର୍ତ୍ତମାନ କଂଗ୍ରେସରେ ଯୋଗ ଦେଇ ସେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe