ବିଜୟଙ୍କ ମନ୍ତବ୍ୟ ଦେଶବାସୀଙ୍କୁ ଭ୍ରମିତ ପାଇଁ ଉଦ୍ଦିଷ୍ଟ: ସମୀର

ବିଜୟଙ୍କ ମନ୍ତବ୍ୟ ଦେଶବାସୀଙ୍କୁ ଭ୍ରମିତ ପାଇଁ ଉଦ୍ଦିଷ୍ଟ: ସମୀର

Twitter

କଟକ : ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ।

ଶ୍ରୀ ଦେ କହିଛନ୍ତି ଯେ ଏଭଳି ଏକ ଅଭାବନୀୟ ଘଟଣାରେ ସାରା ଦେଶବାସୀ ମ୍ରିୟମାଣ ହୋଇ ପଡ଼ିଥିଲା ବେଳେ ବିଜୟ ମହାପାତ୍ରଙ୍କ ଭଳି ଜଣେ ଦୂରଦୃଷ୍ଟି ସଂପନ୍ନ ନେତାଙ୍କ ଏଭଳି ମନ୍ତବ୍ୟ ଉଚିତ ହୋଇନାହିଁ। ଯେତେବେଳେ ଘଟଣାର ପ୍ରକୃତ କାରଣ ଓ ଦୋଷୀଙ୍କୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ସିବିଆଇ ତଦନ୍ତ ଜାରି ରହିଛି ସେହି ସମୟରେ ବିଜୟ ବାବୁ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ମନ୍ତବ୍ୟ ଦେବା ତାଙ୍କର ବିଜେପି ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରତି ଥିବା ନିଜ ଅସହିଷ୍ଣୁତାକୁ ପଦାରେ ପକାଇଛି। ପ୍ରକୃତରେ ଯଦି ବିଜୟ ବାବୁଙ୍କ ପାଖରେ ଏତେ ସବୁ ତଥ୍ୟ ଥିଲା, ତେବେ ଗଣମାଧ୍ୟମ ଆଗରେ ରଖିବା ପୂର୍ବରୁ ଦେଶବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ରେଳମନ୍ତ୍ରୀ କିମ୍ବା ରେଳ ବିଭାଗକୁ ଜଣାଇଥିଲେ ଅସୁବିଧା କେଉଁଠି ଥିଲା? ଏବେ ଘଟଣା ଘଟିବା ପରେ ଏଭଳି ମନ୍ତବ୍ୟ ରଖି କେବଳ ନିଜକୁ ଗଣମାଧ୍ୟମରେ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରିଛନ୍ତି। ମୋଦୀ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଦେଶବାସୀଙ୍କ ଅଖଣ୍ଡ ବିଶ୍ବାସ ଓ ଭରସା ରହିଛି। ଘଟଣାରେ ଦୋଷୀ ଏବଂ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇ ସାରିଛନ୍ତି। ତେଣୁ ବିଜୟ ବାବୁଙ୍କ ଏଭଳି ମନ୍ତବ୍ୟର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଶ୍ରୀ ଦେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe