ଏନ୍‌ଏଚ୍‌ଆର୍‌ସିରେ ବିଜୟଶଙ୍କର ମାମଲା: ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ

Advertisment
ଏନ୍‌ଏଚ୍‌ଆର୍‌ସିରେ ବିଜୟଶଙ୍କର ମାମଲା: ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ

ଜଗତସିଂହପୁର ଟାଉନ୍ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ମାମଲାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏପରିକି ତଦନ୍ତ ଠିକ୍ ଭାବେ ହେଉ ନ ଥିବା ଅଭିଯୋଗ କରି ଜାତୀୟ ମାନବାଧିକାର କମିସନ(ଏନଏଚଆରସି)ଙ୍କ ଦ୍ବାରସ୍ଥ ହୋଇଛନ୍ତି ‘ନ୍ୟାୟ ପାଇଁ ଲଢ଼େଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ। ସେହିପରି ମାମଲା ଉଠାଇ ନେବାକୁ ଅଭିଯୋଗକାରୀ ସୋମାଲିକା ଦାଶଙ୍କୁ ବିଧାୟକଙ୍କ ସମର୍ଥକମାନେ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ କମିସନ ହସ୍ତକ୍ଷେପ କରି ତଦନ୍ତ କରିବାକୁ ଶ୍ରୀ ଦାଶ କମିସନଙ୍କ ନିକଟରେ ନିବେଦନ କରିଥିବା ବେଳେ ଅଭିଯୋଗକୁ କମିସନ ଗ୍ରହଣ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୨ ତାରିଖରେ ସୋମାଲିକା ଜଗତସିଂହପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ଦୁଷ୍କର୍ମ, ଗର୍ଭପାତ ଭଳି ମାମଲା ରୁଜୁ କରିଥିଲା। ସେହିପରି ଫୋନ୍ କଲ ନେଇ ଗତ ୨୧ ତାରିଖରେ ଥାନାର ଦ୍ବାରସ୍ଥ ହୋଇଥିଲେ ସୋମାଲିକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe