ବିଜେପୁର ଉପନିର୍ବାଚନ: ସରିଲା ମତଦାନ, ଇଭିଏମ୍‌ରେ ବନ୍ଦ ହେଲା ୫ ନେତାଙ୍କ ଭାଗ୍ୟ, ୨୪ରେ ବାହାରିବ ଫଳାଫଳ

Advertisment
ବିଜେପୁର ଉପନିର୍ବାଚନ: ସରିଲା ମତଦାନ, ଇଭିଏମ୍‌ରେ ବନ୍ଦ ହେଲା ୫ ନେତାଙ୍କ ଭାଗ୍ୟ, ୨୪ରେ ବାହାରିବ ଫଳାଫଳ

ବିଜେପୁର: ବିଜେପୁରରେ ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ରିପୋର୍ଟ ଅନୁସାରେ ଉପନିର୍ବାଚନରେ ବିଜେପୁରବାସୀ ସନ୍ଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି।

ମତଦାନ ଶେଷ ହୋଇଥିବା ବେଳେ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ରାତି ସୁଦ୍ଧା ପଦ୍ମପୁରରେ ପ୍ରସ୍ତୁତ କରାଯାଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍‌ ଓ ଅନ୍ୟ ସାମଗ୍ରୀ ଦାଖଲ କରିବେ। ନିର୍ବାଚନ ଫଳାଫଳ ଅକ୍ଟୋବର ୨୪ରେ ପ୍ରକାଶ ପାଇବ। ଭୋଟ ଗଣତି ଅକ୍ଟୋବର ୨୪ରେ ପଦ୍ମପୁରସ୍ଥିତ ଅଞ୍ଚଳ ମହାବିଦ୍ୟାଳୟ ଠାରେ ପୂର୍ବାହ୍ଣ ୮ଟାରୁ ଆରମ୍ଭ ହେବ।

ଭୋଟ ଦେବା ପାଇଁ ସକାଳୁ ସକାଳୁ ୨୮୫ଟି ବୁଥରେ ଭିଡ ପରିଲକ୍ଷିତ ହୋଇ ନ ଥିଲେ ବି ପରେ ପରେ ବୁଥକୁ ମତଦାତାଙ୍କ ଭିଡ ବଢିବାରେ ଲାଗିଥିଲା। ବିଶେଷ କରି ମହିଳା ଭୋଟରମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସେମାନେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଭୋଟ୍‌ ଦେଇଥିଲେ। ଅନ୍ୟପଟେ ସାଧାରଣ ଭୋଟରଙ୍କ ସହିତ ଧାଡ଼ିରେ ଛିଡା ହୋଇ ନିଜ ନିଜ ମତଦାନ ସାବ୍ୟସ୍ତ କରିଥିଲେ ଜିଲ୍ଲାର ଜଣାଶୁଣା ନେତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe