ବିଜେପୁର ଫର୍ମୁଲା ପାଟକୁରାରେ: ବେଦୁଙ୍କ ପତ୍ନୀ ବିଜେଡି ପ୍ରାର୍ଥୀ

Advertisment
ବିଜେପୁର ଫର୍ମୁଲା ପାଟକୁରାରେ: ବେଦୁଙ୍କ ପତ୍ନୀ ବିଜେଡି ପ୍ରାର୍ଥୀ

ଭୁବ‌ନେଶ୍ବର: ଦିବଂଗତ ବିଧାୟକ େବଦ ପ୍ରକାଶ ଅଗ୍ରଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଵାଲ ପାଟକୁରା ଆସନରେ ବିଜେଡିରୁ ନିର୍ବାଚନ ଲଢିବେ। ବିେଜପୁର ଫର୍ମୁଲାରେ ଯାଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକଙ୍କ ପୁଅ ସଂଜୟଙ୍କ ପରିବର୍ତେ ତାଙ୍କ ପତ୍ନୀ ସାବିତ୍ରୀଙ୍କ ପ୍ରାର୍ଥିତ୍ବ ସଂପର୍କରେ ଆଜି େଘାଷଣା କରିଛନ୍ତି। ଆସନ୍ତା ୧ ତାରିଖ ଦିନ ପ୍ରାର୍ଥିପତ୍ର ଦାଖଲର େଶଷ ଦିନ ରହିଛି ଓ େମ’ ୧୯ ତାରିଖରେ ଏହି ଆସନରେ ନିର୍ବାଚନ େହବ। ବିେଜଡି ପ୍ରାର୍ଥୀ େଘାଷଣା କରିବା ପରେ େକନ୍ଦ୍ରାପଡ଼ା ରାଜନୀତି ସରଗରମ େହାଇଛି। ପୂର୍ବରୁ ମହିଳା କାର୍ଡ େଖଳି ବିେଜଡି ବରଗଡ ଜିଲ୍ଲାର ବିେଜପୁରରେ ଗତବର୍ଷ ବିପୁଳ ବିଜୟ ହାସଲ କରିଥିଲା। ଏଣୁ ସାବିତ୍ରୀଙ୍କୁ ପ୍ରାର୍ଥୀ କରି ବିେଜଡି େବଦୁଙ୍କ ଅବର୍ତମାନରେ ଅନୁକମ୍ପା େଗାଟାଇବାକୁ ଉଦ୍ୟମ କରିଛି। ପାଟକୁରା ଆସନରୁ ପୂର୍ବରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି। ଆଉ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଛନ୍ତି ଜୟନ୍ତ ମହାନ୍ତି। ଏବେ ସାବିତ୍ରୀଙ୍କୁ ଅନୁକମ୍ପା ଯିବ ନା ଦୀର୍ଘ ୧୯ ବର୍ଷ ଧରି ବିଧାନସଭା ବାହାରେ ରହି ଏକ ପ୍ରକାର ନିର୍ବାସନ ଦଣ୍ଡ େଭାଗୁଥିବା ବିଜୟ ମହାପାତ୍ରଙ୍କ ଆଡକୁ େଭାଟର ଢଳିବେ, ତାକୁ ନେଇ ରାଜନୈତିକ ମହଲରେ ତର୍ଜମା ଆରମ୍ଭ େହାଇଗଲାଣି। ଉଲ୍ଲେଖଯୋଗ୍ୟ, ପାଟକୁରା ଆସନ ଲାଗି ଏପ୍ରିଲ ୨୯ ତାରିଖରେ େଭାଟ ତାରିଖ ଧାର୍ଯ୍ୟ େହାଇଥିଲା। କିନ୍ତୁ ବିେଜଡି ପ୍ରାର୍ଥୀ େବଦ ପ୍ରକାଶଙ୍କ ବିେୟାଗ ପରେ ଏହି ଆସନରେ ନିର୍ବାଚନକୁ ସ୍ଥଗିତ ରଖିଥିଲେ କମିସନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe