ପତିଆରା ପାଇଁ ପ୍ରତିଯୋଗିତା : ମୁଖ୍ୟମନ୍ତ୍ରୀଙ୍କୁ ଚେହେରା ଦେଖାଇଲେ ଅସନ୍ତୁଷ୍ଟ

ବିଜେପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍‌-ସୋ’

ବରଗଡ଼ : ଟିକଟ୍‌ ପାଇ ନ ଥିବା ଅଧିକାଂଶ ଅସନ୍ତୁଷ୍ଟ ଆଶାୟୀମାନେ ମନ ଉଣା କରି ପ୍ରଚାରକୁ ବାହାରୁ ନ ଥିଲେ। କିନ୍ତୁ ଗୁରୁବାର ମୁଖ୍ୟମନ୍ତ୍ରୀ ପ୍ରଚାରରେ ଆସିବାରୁ ହଠାତ୍ ସେମାନେ ସକ୍ରିୟ ହୋଇ ଧାଁଦୌଡ଼ କରୁଥିବା ଦେଖିବାକୁ ମିଳିଥିଲା। ସ୍ବତନ୍ତ୍ର ପ୍ରଚାର ବସ୍‌ ସମ୍ମୁଖରେ ଚଳପ୍ରଚଳ ହେଉଥିଲେ, ଯେମିତି ମୁଖ୍ୟମନ୍ତ୍ରୀଙ୍କ ନଜର ସେମାନଙ୍କ ଉପରେ ପଡ଼ିବ। ଆଉ କିଛି ହେଲିପ୍ୟାଡ୍‌ରୁ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ଆଣିଥିଲେ। କାର୍‌କେଡ୍‌ ପଛରେ ବି କିଛି ଅସନ୍ତୁଷ୍ଟ ଆଶାୟୀ ବିଜେପୁରରୁ ବରପାଲି ପର୍ଯ୍ୟନ୍ତ ଲମ୍ବିଥିଲେ। ବିଭିନ୍ନ ବ୍ଲକ୍‌ ଦାୟିତ୍ବରେ ଥିବା ନେତା, ମନ୍ତ୍ରୀ ମଧ୍ୟ କାର୍‌କେଡ୍‌ରେ ସାମିଲ ହୋଇଥିଲେ। ଅଣଓସାରିଆ ରାସ୍ତାରେ ଏଥିଲାଗି ଟ୍ରାଫିକ୍‌ ସମସ୍ୟା ବି ହୋଇଥିଲା। ଉପକୂଳିଆ ଏବଂ ପଶ୍ଚିମ ଓଡ଼ିଶାର ନେତାଙ୍କ ଗହଳିରେ ଲୋକେ ଫସି ଯାଇଥିଲେ।

ଷ୍ଟାର୍‌ ପ୍ରଚାରକ କି ପ୍ରଚାରକ ତାଲିକାରେ ନାଁ ନ ଥିବା ଅନେକ ନେତାଙ୍କୁ ବି ଏବେ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛି। ଶ୍ରେୟ ନେବା ପାଇଁ ଯେମିତି ଅଘୋଷିତ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ବାହାରର ନେତା,କର୍ମୀଙ୍କ ଗହଳି‌କୁ ଅନେକ ଭୋଟର୍‌ ଖୋଲା ନାପସନ୍ଦ କରୁଥିଲେ ବି ସେମାନେ ପ୍ରଚାରରେ ସାମିଲ ହେଉଛନ୍ତି। ସୋସିଆଲ ମିଡିଆରେ ଫଟୋ ଓ ସେଲ୍‌ଫି ଛାଡ଼ୁଛନ୍ତି। ଏଥର ବିଜେଡିର ୪୦ଜଣିଆ ଷ୍ଟାର୍‌ ପ୍ରଚାରକଙ୍କ ମଧ୍ୟରୁ ୨୨ଜଣ ପଶ୍ଚିମ ଓଡ଼ିଶାର। ବିଜେପି ଏବଂ କଂଗ୍ରେସର ଏହି ସଂଖ୍ୟା ଯଥାକ୍ରମେ ୧୦ ଓ ୪ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe