କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ମୋଡ଼: ପାଟକୁରାରେ ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲୀପ ରାୟ

Advertisment
କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ମୋଡ଼: ପାଟକୁରାରେ ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲୀପ ରାୟ

କେନ୍ଦ୍ରାପଡ଼ା: ଆଜି ଏକ ବଡ଼ ରାଜନୈତିକ ଘଟଣାକ୍ରମେ ପାଟକୁରାରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଭେଟିଛନ୍ତି। ଏହି ଅବସରେ ଦିଲୀପ ରାୟ କହିଛନ୍ତି ଯେ ସେ ନିର୍ବାଚନରେ ବିଜୟ ମହାପାତ୍ରଙ୍କୁ ସହଯୋଗ କରିବେ । ସେ ଆହୁରି ବି କହିଛନ୍ତି ଯେ ସେ ବିଜୟଙ୍କ ସହ ରହିଛନ୍ତି। ବିଜୟଙ୍କ ସହ ତାଙ୍କର ଯୋଡ଼ି ରହିଛି ଏବଂ ରହିବ।

ଏହି ସମୟରେ ଦିଲୀପ ରାୟ କହିଛନ୍ତି ଯେ ତାଙ୍କର ଦୁଇଟି ଦାବିକୁ ପ୍ରଧାନମନ୍ତ୍ରୀ ପୂରଣ କରିଛନ୍ତି। ଏହି କାରଣରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସେ ଚାହୁଁଛନ୍ତି ରାଉରକେଲାର ଦୁଇଟିଯାକ କାମ ତୁରନ୍ତ ଆରମ୍ଭ ହେଉ। ତେବେ ଏଇ ୨୫ ତାରିଖ ପରେ ସେ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ବି କହିଛନ୍ତି। ପାଟକୁରାରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦିଲୀପ ରାୟ ଭେଟିବାପରେ ଏବେ କେନ୍ଦ୍ରପଡ଼ା ରାଜନୀତିକୁ ନୂଆ ମୋଡ଼ ଦେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe