୧୯୬୨ ଭାରତ-ଚୀନ୍‌ ଯୁଦ୍ଧରେ ବିଜୁବାବୁ ନିଭାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା

Advertisment

ସାମ୍ନାକୁ ଆଣିଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ ରଞ୍ଜିତ ରାୟ

ସାମ୍ନାକୁ ଆଣିଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ ରଞ୍ଜିତ ରାୟ

ଓଡ଼ିଶାର ସ୍ବାଭିମାନ ଥିଲେ...

odishanewsinsight.com

ଭୁବନେଶ୍ୱର : ବିଜୁବାବୁଙ୍କୁ ଇଣ୍ଡୋନେସିଆର ଭୂମିପୁତ୍ର ସମ୍ମାନ ମିଳିବା ପଛର କାହାଣୀ ସମସ୍ତେ ଊଣା ଅଧିକେ ଜାଣିଛନ୍ତି। କିନ୍ତୁ ବିଜୁବାବୁ ୧୯୬୨ ଭାରତ-ଚୀନ୍‌ ଯୁଦ୍ଧରେ ଯେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ସେନେଇ ବହୁ ଲୋକ ଜାଣିନାହାନ୍ତି। ଅବସରପ୍ରାପ୍ତ ନୌସେନା ଅଧିକାରୀ କମୋଡର ରଞ୍ଜିତ ରାୟ ଏକ ଭିଡିଓ ବାର୍ତ୍ତାରେ ବିଜୁ ବାବୁ କିପରି ଏଷ୍ଟାବ୍ଲିସମେଣ୍ଟ ୨୨ ଗଠନ କରିଥିଲେ ଏବଂ ଏହା ଗଠନ ପଛର କାହାଣୀ ଭିଡିଓ ବାର୍ତ୍ତାରେ କହିଛନ୍ତି। ଏବେ ଭାରତ-ଚୀନ୍‌ ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ୧୯୬୨ ମସିହାରେ କିପରି ଚୀନ୍‌ ସେନାକୁ ମୁକିବିଲା କରିବାକୁ ବିଜୁବାବୁ ରଣନୀତି ପ୍ରସ୍ତୁତ କରିଥିଲେ ‌ତାହା ସେ କହିଛନ୍ତି। ତତ୍କାଳୀନ ଆଇବି ମୁଖ୍ୟ ଭୋଳାନାଥ ମଲ୍ଲିକ ଏବଂ ବିଜୁବାବୁଙ୍କ ଉଦ୍ୟମ ଯୋଗୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏଷ୍ଟାବ୍ଲିସମେଣ୍ଟ ୨୨ ଗଠନ କରିବାକୁ ଅନୁମତି ଦେଇଥିଲେ। ଏହା ଭାରତୀୟ ସେନାର ଅତ୍ୟନ୍ତ ଗୋପନୀୟ ଗରିଲା ବାହିନୀ ଥିଲା। କେବଳ ଏତିକି ନୁହେଁ; ବିଜୁ ବାବୁ ଡାକୋଟା ବିମାନ ଉଡ଼ାଇ ସୀମାରେ ଯବାନଙ୍କୁ ଖାଦ୍ୟ ଯୋଗାଉଥିଲେ। ତାଙ୍କ ଭଳି ସାହାସୀ ଓ ବୁଦ୍ଧିମାନ ରାଜନେତା କ୍ବଚିତ୍ ଦେଖିବାକୁ ମିଳନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe