ରଙ୍ଗ ବଦଳାଇଦେଲେ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳିଯାଇଛି। କଟକ ମହାନଦୀବିହାରରେ ଥିବା ବିଜୁ ବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିର ରଙ୍ଗ ହଠାତ୍‌ ସବୁଜରୁ ତମ୍ବା ରଙ୍ଗ ହୋଇଯିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

aadxzss

କଟକ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳିଯାଇଛି। କଟକ ମହାନଦୀବିହାରରେ ଥିବା ବିଜୁ ବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିର ରଙ୍ଗ ହଠାତ୍‌ ସବୁଜରୁ ତମ୍ବା ରଙ୍ଗ ହୋଇଯିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ତମ୍ବା ରଙ୍ଗ ହୋଇଥିବାରୁ ଏହି ପ୍ରତିମୂର୍ତ୍ତିରେ ଲାଇଟ୍ ପଡ଼ିଲେ ତାହା ଗେରୁଆ ରଙ୍ଗ ଭଳି ଦେଖାଯାଉଛି। ଏଭଳି ଘଟଣା ଏବେ ବିଭିନ୍ନ ମହଲରେ ଆଲୋଚ୍ୟର ବିଷୟ ହୋଇଛି। 

ସୂଚନାଯୋଗ୍ୟ ଯେ ମହାନଦୀବିହାର ମଙ୍ଗଳାମନ୍ଦିର ଛକରେ ବିଜୁ ବାବୁଙ୍କର ଏହି ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ୨୦୧୮ ମସିହାରୁ ରହି ଆସିଛି। ତତ୍କାଳୀନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ପ୍ରତିମୂର୍ତ୍ତି‌ଟି ସବୁଜ ରଙ୍ଗର ଥିଲା। କିନ୍ତୁ ଏବେ କଟକ ପୌର ନିଗମ ପକ୍ଷରୁ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ତମ୍ବା ରଙ୍ଗ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଏଭଳି ପଦକ୍ଷେପ ନିଆଯାଇଛି। ଏ ସଂପର୍କରେ ସ୍ଥାନୀୟ କର୍ପୋରେଟର ଇଂଜିନିୟର ସୁବ୍ରତ ଘଡ଼େଇ କହିଛନ୍ତି ଯେ ସହରରେ ଥିବା ସବୁ ବରପୁତ୍ରଙ୍କ ପ୍ରତିମୂର୍ତ୍ତିର ରଙ୍ଗ ତମ୍ବା ରଙ୍ଗ କରିବାକୁ ନିର୍ଦ୍ଦେଶ ଆସିଛି। ସେହି ଅନୁଯାୟୀ ଏଠି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳାଯାଇ ତମ୍ବା ରଙ୍ଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe