ବାରିପଦା : ଲକ୍ଡାଉନ ସମୟରେ ସାଧାରଣ ଜନତାଙ୍କୁ ସାହାଯ୍ୟର ହାତ ବଢ଼େଇଛି ମୟୂରଭଞ୍ଜ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ। ଛାତ୍ରନେତା ତଥା ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସୁନିଲ କୁମାର ନାୟକଙ୍କ ନେତୃତ୍ୱରେ ବାରିପଦା ପୌରପରିଷଦର ବିଭିନ୍ନ ୱାର୍ଡର ଗରିବ, ଅସହାୟ ଓ ଦିନ ମଜୁରିଆ ମାନଙ୍କୁ ଶୁଖିଲା ଖାଦ୍ୟ ଦେବା ସହିତ ବୁଲା ପଶୁପକ୍ଷୀ, କୁକୁର ଓ ଗାଈ ଇତ୍ୟାଦିମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ଏହି ବଣ୍ଟନ ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହିତ ଲୋକଙ୍କୁ କରୋନାକୁ ପ୍ରତିହତ କରିବା ପାଇଁ ମାସ୍କ ଓ ବାରମ୍ବାର ହାତ ଧୋଇବା ପାଇଁ ସଚେତନ କରାଇଥିଲେ। ଏହି ଅବସରରେ ଛାତ୍ରନେତା ଦୁର୍ଯ୍ୟୋଧନ ବେହେରା, ଶଙ୍କର୍ଷଣ ପଣ୍ଡାଙ୍କ ସମେତ ଅବିନାଶ ବେହେରା, ରବିନ ପାତ୍ର, ସିଭୁନ ସାହୁ, ବାପୁନ ଓ ସତ୍ୟ ପ୍ରମୁଖ ସହଯୋଗ କରିଥିଲେ।
ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
Advertisment
Follow Us