ବିଜୁ ପରିବାର ଏକାଠି ହୁଅନ୍ତୁ: ପାଣ୍ଡିଆନ

୫-ଟି ଅଧ୍ୟକ୍ଷଙ୍କ ନୂଆପଡ଼ା ଗସ୍ତ, ବି‌ଜେଡି ସାଧାରଣ ସଭାରେ ଯୋଗଦାନ

ମ୍ୟାଜିକ୍‌ କରିବ ‘ନବୀନ ଓଡ଼ିଶା ମ୍ୟାଜିକ୍‌ କାର୍ଡ’: ଗୋଟିଏ କାର୍ଡରେ ସବୁ ସୁବିଧା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବିକାଶ ପାଇଁ ଯେଉଁଭଳି ପଦକ୍ଷେପ ଗ୍ରହଣ କରାଯାଇଛି, ତାହା ସ୍ବପ୍ନ ଭଳି ଲାଗୁଛି। ହେଲେ, ଖଡ଼ିଆଳ ବିଧାନସଭା କ୍ଷେତ୍ରରେ ଜନସାଧରଣ ୧୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କୁ ଯେତେ ଆଶୀର୍ବାଦ ଦେବା କଥା ତାହାଠୁ କମ୍ ଆଶୀର୍ବାଦ ଦେଇଛନ୍ତି। ବର୍ତ୍ତମାନ ଖଡ଼ିଆଳର ବିଜୁ ପରିବାର ଏକାଠି ହୋଇ ପୁଣିଥିରେ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ ଦେବାର ସମୟ ଆସିଛି। ଶୁକ୍ରବାର ଦିନ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ୫-ଟି ତଥା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବୋଡ଼େନ ବ୍ଲକ୍‌ ବିନୋପୁରଠାରେ ଆୟୋଜିତ ବିଜେଡିର ଏକ ସାଧାରଣ ସଭାରେ ଯୋଗଦେଇ ଏହା କହିଛନ୍ତି। ଶ୍ରୀ ପାଣ୍ଡିଆନ କହିଥିଲେ, ଗତବର୍ଷ  ମଇ ୨୧ ତାରିଖରୁ ଆଜି ପର୍ଯ୍ୟନ୍ତ ନୂଆପଡ଼ା ଓ ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀର ଲୋକେ ଆମକୁ ବିଭିନ୍ନ ପ୍ରକାର ଦରଖାସ୍ତ ଦେଇଥିଲେ। ମୁଖ୍ୟମନ୍ତ୍ରୀ ୨ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୫ ଶହ ୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଜିଲ୍ଲାର ସମସ୍ତ କଲେଜ ଓ ମାଧ୍ୟମିକ ସ୍କୁଲ ରୂପାନ୍ତର ପାଇଁ ୧୩ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହିସବୁ କାମ ଫେବ୍ରୁଆରି ଶେଷସୁଦ୍ଧା ଶେଷ ହେବାକୁ ନିର୍ଦେଶ ଦିଆଯାଇଛି।

୫-ଟି ଅଧ୍ୟକ୍ଷଙ୍କ ନୂଆପଡ଼ା ଗସ୍ତ
ବି‌ଜେଡି ସାଧାରଣ ସଭାରେ ଯୋଗଦାନ
ଖୁବ୍‌ଶୀଘ୍ର ନୂଆପଡ଼ା ଜିଲ୍ଲାରେ ଲକ୍ଷ୍ମୀ ଯୋଜନା

ସେହିପରି, ସିନାପାଲି ବ୍ଲକ୍‌ ପୁଟିପଡ଼ାଠାରେ ଏକ ଆଦିବାସୀ ହଷ୍ଟେଲ ପାଇଁ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। କୋମନା ବ୍ଲକ୍‌ ସୁନାବେଡ଼ା ଗ୍ରାମବାସୀ ରାସ୍ତା ପାଇଁ ୩୦ କୋଟି ଟଙ୍କା ମଞ୍ଜୁର ହୋଇ କାମ ଚାଲୁଥିବା ବେଳେ ଚଳିତ ମାସ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କାମ ଶେଷ ହୋଇଯିବ ବୋଲି କହିଥିଲେ। ସଲେପଡ଼ାରେ ଶିକ୍ଷା ବ୍ୟବସ୍ଥା କରିବା ପାଇଁ ୧ କୋଟି ୮୦ ଲକ୍ଷ, ପତୋରା ଶିବମନ୍ଦିର ଉନ୍ନିତ ପାଇଁ ୩ କୋଟି ୯୫ ଲକ୍ଷ, ପାତାଳଗଙ୍ଗା ପାଇଁ ୫ କୋଟି ୮୦ ଲକ୍ଷ, ରୁଣ୍ଡ ଓ ରେଢ଼ାମାଲ ଗ୍ରାମରେ ପିଇବା ପାଣି ପାଇଁ ୯ କୋଟି ୪୦ ଲକ୍ଷ, ବୋଡ଼େନ ଓ ସିନାପାଲି ବ୍ଲକ୍‌ରେ ଚଳସେଚନ ବ୍ୟବସ୍ଥା କରିବାକୁ ୬ଟି ମେଗା ପ୍ରକଳ୍ପ ପାଇଁ ୩ ଶହ ୮୩ କୋଟି, କୋନାବିରାରେ ୩ ହଜାର ଏକର ଜମିକୁ ଚଳସେଚନ ବ୍ୟବସ୍ଥା କରାଯିବାକୁ ମେଗା ପ୍ରକଳ୍ପ ପାଇଁ ୨୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବହୁ ଶୀଘ୍ର ମୁଖ୍ୟମନ୍ତ୍ରୀ ବୁଢ଼ା, ବୁଢ଼ୀ ଓ ଭିନ୍ନକ୍ଷମ ଭତ୍ତା ଟଙ୍କା ବଢ଼ାଇବାକୁ ଯାଉଛନ୍ତି। ଆଜି ମଧ୍ୟ ବହୁ ସଂଖ୍ୟାରେ ଦରଖାସ୍ତ ପାଇଛି। ନିର୍ବାଚନ ତାରିଖ ଘୋଷଣା ପରେ ଦରଖାସ୍ତରୁ କିଛି ରହିଗଲେ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ସେସବୁକୁ ପୂରଣ କରିବେ ବୋଲି ସେ କହିଥିଲେ।

ଏହି ଅବସ‌ରେ ଶ୍ରୀ ପାଣ୍ଡିଆନ ବିଜେଡି ସରକାର ଲୋକମାନଙ୍କ ସରକାର ଏହି ବାର୍ତ୍ତାକୁ ସମସ୍ତ ଗାଁର ଲୋକଙ୍କ ପାଖକୁ ଯାଇ ବୁଝାଇବାକୁ ସେ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଶ୍ରୀ ପାଣ୍ଡିଆନ ନୂଆପଡ଼ାସ୍ଥିତ ନ୍ୟାସନାଲ କଲେଜ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ। ସେ କହିଥିଲେ, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବିନା କଠିନ ପରିଶ୍ରମରେ ସଫଳତା ହାସଲ କରିହେବ ନାହିଁ। ଏଥିଲାଗି ଭଲ ପାଠ ପଢ଼ିବାକୁ ପଡ଼ିବ। ଭଲ ପାଠ ପଢ଼ିବା ସହ ସାମଗ୍ରିକ ବିକାଶ କରିବାକୁ ପଡ଼ିବ। ଏହି ଅବସରରେ ସେ ଖୁବ୍‌ଶୀଘ୍ର ନୂଆପଡ଼ା ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe