ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମହିଳା ବିଜେଡି ପ୍ରଦାନ କଲା ୩ ଲକ୍ଷ

Advertisment
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମହିଳା ବିଜେଡି ପ୍ରଦାନ କଲା ୩ ଲକ୍ଷ

ଭୁବନେଶ୍ବର : 'ଫନି' ବାତ୍ୟା ବିପର୍ଯ୍ୟୟ ପରେ ରିଲିଫ ଓ ପୁନର୍ନିମାଣ ପାଇଁ ବିଜୁ ମହିଳା ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆଜି ସଚିବାଳୟରେ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ମୀନତି ବେହେରାଙ୍କ ନେତୃତ୍ବରେ ମହିଳା ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏକ ଚେକ୍ ପ୍ରଦାନ କରିଛନ୍ତି।

ଏ ନେଇ ଏକ ପ୍ରେସ ଇସ୍ତାହାର ଜାରି କରି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଜଣାଇଛନ୍ତି, ଭୟାବହ ବାତ୍ୟା 'ଫନି'ରେ ଓଡ଼ିଶାର ୧୧ଟି ଜିଲ୍ଲା ଅନ୍ତର୍ଗତ ୧୪ ହଜାରରୁ ଅଧିକ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ରାଜ୍ୟର ୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ବ୍ୟାପକ ଭାବେ ସରକାରୀ ସମ୍ପତ୍ତିର କ୍ଷୟକ୍ଷତି ଘଟିଛି। ଏପରି ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ କ୍ଷତି ଭରଣା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହି ପ୍ରତିନିଧି ମଣ୍ଡଳୀରେ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଡ. ଲୋପାମୁଦ୍ରା ବକ୍ସିପାତ୍ର, ଡ. ଗୀତାଞ୍ଜଳି ବସ୍ତିଆ, ସୁଲୋଚନା ଦାସ, ଶ୍ରୀମୟୀ ମିଶ୍ର, ରାଜ୍ୟ ଉପ-ସଭେନେତ୍ରୀ ସରୋଜିନୀ ରାଜ୍ ଓ ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ବାସନ୍ତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe