ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ବୈଠକ

Advertisment
ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ବୈଠକ

ଭୁବନେଶ୍ବର : ବିଜୁ ମହିଳା ଜନତା ଦଳର ନବନିଯୁକ୍ତ ରାଜ୍ୟ ସଭାନେତ୍ରୀ ମିନତୀ ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ନୂଆ ସଭାନେତ୍ରୀଙ୍କ ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ବିଜେଡିର ଉପସଭାନେତ୍ରୀ ତଥା ମହିଳା ବିଜେଡି ଉପଦେଷ୍ଟା ପ୍ରମିଳା ମଲ୍ଲିକ, ଉପଦେଷ୍ଟା କସ୍ତୁରୀ ମହାପାତ୍ର, ଜ୍ୟୋତି ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମୟୀ ମିଶ୍ର, ଗୀତାଞ୍ଜଳି ବସ୍ତିଆ, ସୁଲୋଚନା ଦାସ, ସାଧାରଣ ସମ୍ପାଦିକା ସୁଲତା ଦେଓ, ସମ୍ପାଦିକା ଏଲିନା ଦାସ ପ୍ରମୁଖଙ୍କୁ ସମ୍ବଦ୍ଧର୍ନା ଦିଆଯାଇଥିଲା। ଏହି ବୈଠକରେ କାର୍ଯ୍ୟକର୍ତ୍ତାମାନେ ସଂଗଠନକୁ ସୁଦୃଢ଼ କରିବା ଦିଗରେ ଆଲୋଚନା କରି ଆଗାମୀ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିଥିଲେ। ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ତିନି ମାସ ମଧ୍ୟରେ ମହିଳା ବ‌ିଜେଡିକୁ ତୃଣମୂଳ ସ୍ତରରେ ଅଧିକ ସଂଗଠିତ ଓ କ୍ରିୟାଶୀଳ କରିବା ଲାଗି ପ୍ରତ୍ୟେକ ୱାର୍ଡ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ କରାଯିବ। ଏହାସହ ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣି ସେମାନଙ୍କର ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ରାଜନୈତିକ ଅଭିବୃଦ୍ଧି ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ହେବ। ପ୍ରଥମ ବୈଠକର ନିଷ୍ପତ୍ତି ସମ୍ପର୍କରେ ଆସନ୍ତା ୨୬ତାରିଖରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଅବଗତ କରି ଆଗାମୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe