ନିର୍ମାଣ ପରଠୁ ବିଜୁ ପଟ୍ଟନାୟକ ପାର୍କ, ଫୁଡ୍‌କୋର୍ଟରେ ତାଲା: ୩୨ କୋଟିର ୨ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ଦ୍ବନ୍ଦ୍ବ

Advertisment

କଟକ ସହର ମଧ୍ୟରେ ନିର୍ମାଣ ହୋଇଥିବା ୩୨ କୋଟିର ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ବହୁଦିନ ହେଲା ନିର୍ମାଣ ଶେଷ ହୋଇଛି। ହେଲେ, ବିଜୁ ପଟ୍ଟନାୟକ ପାର୍କ ଓ ଫୁଡ୍‌ କୋର୍ଟ(ଖାଓ ଗଲି)ଏଯାଏଁ ଖୋଲି ପାରୁନି।

କଟକ ସହର ମଧ୍ୟରେ ନିର୍ମାଣ ହୋଇଥିବା ୩୨ କୋଟିର ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ବହୁଦିନ ହେଲା ନିର୍ମାଣ ଶେଷ ହୋଇଛି। ହେଲେ, ବିଜୁ ପଟ୍ଟନାୟକ ପାର୍କ ଓ ଫୁଡ୍‌ କୋର୍ଟ(ଖାଓ ଗଲି)ଏଯାଏଁ ଖୋଲି ପାରୁନି।

dadadazzc

କଟକ: କଟକ ସହର ମଧ୍ୟରେ ନିର୍ମାଣ ହୋଇଥିବା ୩୨ କୋଟିର ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ବହୁଦିନ ହେଲା ନିର୍ମାଣ ଶେଷ ହୋଇଛି। ହେଲେ, ବିଜୁ ପଟ୍ଟନାୟକ ପାର୍କ ଓ ଫୁଡ୍‌ କୋର୍ଟ(ଖାଓ ଗଲି)ଏଯାଏଁ ଖୋଲି ପାରୁନି। ଏଠି ଏବେ ତାଲା ଝୁଲିଛି। ଏହା କେବେ ଖୋଲିବ ସେ ନେଇ କାହା ପାଖରେ ସୂଚନା ବି ନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ପକ୍ଷରୁ ୨୫ କୋଟି ଟଙ୍କାରେ ସିଡିଏ ସେକ୍ଟର-୧୦ରେ ଥିବା ବିଜୁ ପଟ୍ଟନାୟକ ପାର୍କର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ସେହିପରି ପୌର ନିଗମ ତରଫରୁ ବାରବାଟୀ ଷ୍ଟାଡିୟମ୍‌ ସମ୍ମୁଖରେ ୭ କୋଟି ଟଙ୍କାରେ ଫୁଡ୍‌କୋର୍ଟ ବା ଖାଓ ଗଲି ନିର୍ମାଣ ହୋଇଛି। ମାତ୍ର ନିର୍ମାଣ କାର୍ଯ୍ୟ ଶେଷ ହେବାର ବହୁଦିନ ପରେ ବି ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲା ନ ଯିବାକୁ ନେଇ ବହୁ ପ୍ରଶ୍ନ ଛିଡ଼ା ହୋଇଛି। ସିଡିଏ ସେକ୍ଟର୍‌-୧୦ରେ ୩୪ ଏକର ଜାଗାରେ ନିର୍ମିତ ବିଜୁ ପଟ୍ଟନାୟକ ପାର୍କକୁ ୪୦ ବର୍ଷ ପରେ ନୂଆ ରୂପ ଦିଆଯାଇଛି। ୨୫ କୋଟି ଟଙ୍କାରେ ଏନ୍‌ପିସିସି ମାଧ୍ୟମରେ ପାର୍କର ୨୬ ଏକର ଅଞ୍ଚଳ ସୌନ୍ଦର୍ଯ୍ୟୀକରଣ ଓ ନବୀକରଣ କାମ କରାଯାଇଛି। ବାକି ୮ ଏକର ଜମିରେ ବୃକ୍ଷରୋପଣ କରାଯାଇ ଛୋଟ ଜଙ୍ଗଲର ରୂପ ଦେବାକୁ ସ୍ଥିର ହୋଇଛି।

 ନବୀକରଣ କାମ ମଧ୍ୟରେ ୪ ଏକର ଜାଗାରେ ଗଲ୍‌ଫ ଖେଳପଡ଼ିଆ, ୭ଟି ଯୋଗ କେନ୍ଦ୍ର କରାଯାଇଛି। ସେହିପରି ପାର୍କ ମଧ୍ୟରେ ଅତ୍ୟାଧୁନିକ ଇପିଡିଏମ୍‌ ୱାକିଂ ଟ୍ରାକ୍‌, ୧୦ଟି ୱାଟର ଫାଉଣ୍ଟେନ୍, କୋରାପୁଟ କଫି ସେଣ୍ଟର, ପିଲାଙ୍କ ଖେଳପଡ଼ିଆ, ମୁକ୍ତାକାଶ ଜିମ୍, ସିଟିଂ ବେଞ୍ଚ, ରେନ୍‌ ରେଷ୍ଟ ସେଡ୍‌ ଆଦି ବ୍ୟବସ୍ଥା କରାଯାଇଛି। ସେହିପରି ପୌର ନିଗମ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍‌ ସମ୍ମୁଖରେ ଇପିଆଇ ସଂସ୍ଥା ତରଫରୁ ୭କୋଟି ଟଙ୍କାରେ ନିର୍ମାଣ ହୋଇଛି ଫୁଡ୍‌ କୋର୍ଟ (ଖାଓ ଗଲି)। ‌ଏଠାରେ ୭୨ଟି ଦୋକାନ ଘର ନିର୍ମାଣ କରାଯାଇଛି। ମାତ୍ର ନିର୍ମାଣ କାମ ଶେଷ ହେବାର ଦୁଇ ମାସ ପରେ ବି ୨ ପ୍ରକଳ୍ପରେ ତାଲା ଝୁଲୁଛି। ଏପରିକି ବିଜୁ ପଟ୍ଟନାୟକ ପାର୍କ ନିର୍ମାଣ କାମ ଗତ ନଭେମ୍ବର ୩୦ରେ ଶେଷ ହେବ ‌ବୋଲି ୨୦୨୪ ନଭେମ୍ବର ୧୦ରେ ହାଇକୋର୍ଟରେ ସହର ସମସ୍ୟା ଶୁଣାଣି ସମୟରେ ସୂଚନା ଦିଆଯାଇଥିଲା। ଏହାକୁ ପ୍ରଥମେ ଜାନୁଆରି ୧ ତାରିଖରେ ଉଦ୍‌ଘାଟନ କରିବାକୁ କୁହାଯାଇଥିଲା। ପରେ ଜାନୁଆରି ୨୩ରେ ତଥା ନେତାଜୀ ଜୟନ୍ତୀରେ ଖୋଲିବାକୁ ସ୍ଥିର ହୋଇଥିଲା। ହେଲେ ତାହା ମଧ୍ୟ ହୋଇପାରିଲା ନାହିଁ। ବିଶେଷ ଭ‌ାବେ ବିଜୁ ପଟ୍ଟନାୟକ ପାର୍କ ଖୋଲିବାକୁ ନେଇ ହାଇକୋର୍ଟ ଓ ସ୍ଥାନୀୟ ବିଧାୟିକା ସୋଫିଆ ଫିରଦୋସ୍‌ ପ୍ରଶ୍ନ ଉଠାଇଥିଲେ। ଏହା ଆଜି ସୁଦ୍ଧା ଉଦ୍‌ଘାଟନ ହୋଇ ନ ପାରିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe