କଟକ ଆସିବ ବିଜୁଙ୍କ ‘ଡାକୋଟା’

Advertisment

ଆନନ୍ଦଭବନ ପଡ଼ିିଆରେ ହେବ ପ୍ରଦର୍ଶନ

ଆନନ୍ଦଭବନ ପଡ଼ିିଆରେ ହେବ ପ୍ରଦର୍ଶନ

କଟକ ଆସିବ ବିଜୁଙ୍କ ‘ଡାକୋଟା’

କଟକ : ୭୦ ବର୍ଷ ପରେ ଓଡିଶା ଆସିବ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ‘ଡାକୋଟା’। ଏହି ଡାକୋଟା ସହ ବିଜୁ ବାବୁଙ୍କର ସ୍ମୃତି ଜଡିତ ଥିବାବେଳେ ଏବେ ଏହାକୁ ଓଡିଶା ଆଣିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ବିଜୁଙ୍କର ଏହି ପ୍ରିୟ ଡାକୋଟା ବିମାନଟିକୁ କଟକ ତୁଳସୀପୁର ବିଜୁ ସଂଗ୍ରହାଳୟ (ଆନନ୍ଦ ଭବନ) ନିକଟରେ ଥିବା ପଡ଼ିିଆରେ ରଖାଯିବ। ଏ ନେଇ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏନେଇ ରାଜ୍ୟ ସରକାର କୋଲକାତାର ନେତାଜୀ ସୁଭାଷ ବୋଷ ଅର୍ନ୍ତଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସେତେବେଳର ପାଇଲଟ ବିଜୁ ପଟ୍ଟନାୟକ ୧୯୪୭ରେ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଏୟାର ଲାଇନସ। କୋଲକାତାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଥିବାବେଳେ ଏଥିରେ ୧୫ଟି ଡାକୋଟା ବିମାନ ରଖାଯାଇଥିଲା। ଏହି ବିମାନ କାଶ୍ମୀରରେ ସେନା ବାହିନୀର ଯବାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଉତ୍ତରପୂର୍ବ ଭାରତରେ ସେନା ଶରଣାର୍ଥୀଙ୍କୁ ସେବା ଯୋଗାଇ ଆସୁଥିଲା। ୧୯୪୭ ଜୁଲାଇ ୨୧ରେ ବିଜୁ ଏହି ‘ଡାକୋଟା ଡିସି-୩’ ବିମାନକୁ ନିଜେ ଚଳାଇ ଇଣ୍ଡୋନେସିଆର ତତ୍କାଳୀନ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁ କବଳରୁ ଉଦ୍ଧାର କରି ରାତାରାତି ହିରୋ ପାଲଟି ଯାଇଥିଲେ ।

ପ୍ରଧାନମନ୍ତ୍ରୀ ଜବାରହାରଲାଲ ନେହେରୁଙ୍କୁ ନିର୍ଦ୍ଦେଶମତେ ୩୨ ବର୍ଷିୟ ଯୁବ ପାଇଲଟ ବିଜୁ ପଟ୍ଟନାୟକ ଯୁଦ୍ଧର ଭୟାବହତାକୁ ଖାତିର ନ କରି ନିଜେ ଏହି ‘ଡାକୋଟା ଡିସି-୩’ ବିମାନରେ ଜାକର୍ତ୍ତା ଯାଇ ଉଭୟ ଉପରାଷ୍ଟ୍ରପତି ମହମ୍ମଦ ହାଟା ଏବଂ ପ୍ରଧାନମନ୍ତ୍ରୀ ସାହାରିୟରଙ୍କୁ ଉଦ୍ଧାର କରିଥିବାର ବର୍ଣ୍ଣନା ରହିଛି। ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଇଣ୍ଡୋନେସିଆ ସରକାର ଭୂମିପୂତ୍ର ଉପାଧିରେ ଭୂଷିତ କରିଥିଲେ। ତେବେ ଏହି ଡାକୋଟା ବିମାନ ସେହି ସମୟରୁ କୋଲକାତାରେ ରହିଆସିଛି। ଏବେ ଏହି ବିମାନର ଖଣ୍ଡବିଖଣ୍ଡିତ କିଛି ଅଂଶ ବି କୋଲକାତାର ନେତାଜୀ ସୁଭାଷ ବୋଷ ଅର୍ନ୍ତଜାତୀୟ ବିମାନ ବନ୍ଦର ସଂଗ୍ରହାଳୟରେ ସ୍ଥାନ ପାଇଛି । ଏହାକୁ ଓଡିଶା ଆଣିବା ପାଇଁ ୨ ବର୍ଷ ତଳେ ଜଣେ ବ୍ୟକ୍ତି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe