ବିଜୁ ସେତୁ ଆପ୍ରୋଚ୍ ରୋଡ୍ ପ୍ରସଙ୍ଗ ଉଠାଇଲେ ଦେବେଶ

ପୁଣି ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ

odishaassembly.nic.in

ବରଗଡ଼: ବିଧାୟକ ଦେବେଶ ଆଚାର୍ଯ୍ୟ ବିଧାନସଭାରେ ବରଗଡ଼ର ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବରଗଡ଼ ନିର୍ବାଚନମଣ୍ଡଳୀର ଏନ୍‌ଏଚ୍‌-୬ରୁ ବରହଗୋଡ଼ା ବରଗଡ଼-ଭେଡେନ କେନାଲ ଭାୟା ଅଡ଼ଗାଁ ଆମ୍ବସଢା ଓ ବରଗଡ଼-ଭେଡ଼େନ କେନାଲରୁ ବରମକେଲା ଭାୟା ଦେବଗଡ଼ଟିକ୍ରା, ଥପାଟିକ୍ରା-ଖଣ୍ଡହତା ଏହି ଦୁଇଟି ରାସ୍ତାକୁ ବାଦ୍‌ ଦେଇ ଅନ୍ୟ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କାହିଁକି ସାମିଲ କରାଗଲା ବୋଲି ପ୍ରଶ୍ନ କରିଥିଲେ।

ବିଜୁ ସେତୁ ନିର୍ମାଣରେ ସେତୁର ଉଭୟ ପାର୍ଶ୍ବରେ ୩ଶହ ମିଟର ଲେଖାଏଁ ରାସ୍ତା କରାଯାଉଥିବା ବେଳେ ବଳକା  ଆପ୍ରୋଚ ରୋଡ୍‌ କାହିଁକି ନିର୍ମାଣ ହେଉ ନାହିଁ ବୋଲି ପ୍ରଶ୍ନ  କରିଥିଲେ। ତେବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବ୍ୟବହାରିକ ମୂଲ୍ୟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଉଥିବା ଏବଂ ଆପ୍ରୋଚ ରୋଡ୍‌ ପ୍ରସଂଗ ନେଇ ଶୀଘ୍ର ନିଷ୍ପତ୍ତି ହେବ ବୋଲି ଉତ୍ତର ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe