ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସୁକତେଲ ସେତୁ ଭୁଶୁଡ଼ିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ ଦାୟିତ୍ବ ଭିଜିଲାନ୍ସକୁ ଦିଆଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ସ୍ବତନ୍ତ୍ର କୋର୍ଟରେ ଚାର୍ଜସିଟ୍ ରିପୋର୍ଟ ଦାଖଲ ପାଇଁ ଲୋକାୟୁକ୍ତ ପକ୍ଷରୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ଶେଖର ମହାପାତ୍ର, ସହନିର୍ବାହୀ ଯନ୍ତ୍ରୀ ତପନ ବେହେରା, କନିଷ୍ଠ ଯନ୍ତ୍ରୀ ରଂଜିତ କୁମାର ବାଗ, ଡିଭିଜନାଲ୍ ଆକାଉଣ୍ଟସ୍ ଅଫିସର୍ ବ୍ରଜଭୂଷଣ କୁମାର, ଠିକାସଂସ୍ଥା ମେସର୍ସ ରାମ୍ କୁମାର ଅଗ୍ରୱାଲ୍ ଇଂଜିନିୟର୍ସର ନିର୍ଦ୍ଦେଶକ ସଞ୍ଜୟ ଅଗ୍ରୱାଲ୍ ଏବଂ ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର୍ ଜିନେଶ୍ ପରମ ବନତ୍ତୁ ବଳରାଜନ ନାୟର ଓରଫ ଜିନେଶ ନାୟରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ କୁହାଯାଇଛି।
ପାଟଣାଗଡ଼ ବିଜୁ ସେତୁ ଭୁଶୁଡ଼ିବା ଘଟଣା: ଚାର୍ଜସିଟ୍ ଦାଖଲ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ
Advertisment
Follow Us