ବିଜୁ ସେତୁ ଭୁଶୁଡ଼ିବା ଘଟଣା : ଏସ୍‌ଡିଓ, ଜେଇ ଗିରଫ

Advertisment
ବିଜୁ ସେତୁ ଭୁଶୁଡ଼ିବା ଘଟଣା : ଏସ୍‌ଡିଓ, ଜେଇ ଗିରଫ

ବରଗଡ଼/ଥୁଆପାଲି : ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ କମଳାକାନ୍ତ ତରିଆ ଏବଂ କନିଷ୍ଠ ଯନ୍ତ୍ରୀ ମନୋରଂଜନ ମହାପାତ୍ର ଗିରଫ ହୋଇଛନ୍ତି। ତହସିଲଦାରଙ୍କ ଏତଲା କ୍ରମେ ଭେଡ଼େନ ପୁଲିସ୍‌ କେସ୍‌ ନମ୍ବର ୧୮୦/୧୭ରେ ୩୩୭/୩୩୮ ଆଇପିସି ୩ ପିଡିପିପି ଆକ୍ଟରେ ମାମଲା ରୁଜୁ କରିଛି। ତେବେ ବ୍ରିଜ୍‌ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ପଦ୍ମପୁରର ଅମରଦୀପ ଅଗ୍ରଓ୍ଵାଲ ଫେରାର୍‌ ଅଛନ୍ତି। ସଂପୃକ୍ତ ଠିକାଦାରଙ୍କ ଲାଇସେନ୍ସ ରଦ୍ଧ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ନିର୍ଦେଶ ଜାରି କରିଛନ୍ତି। ଏହି ଘଟଣାରେ ୭ଜଣ ଆହତ ହୋଇଥିଲେ। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe