ଭୁବନେଶ୍ୱର : ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ବିଜେଡି ଶ୍ରମିକ ସାମ୍ମୁଖ୍ୟର ଲୋଗୋ ଉନ୍ମୋଚନ କରିଛନ୍ତି। ଆସନ୍ତାକାଲି ଭୁବନେଶ୍ୱରରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ଅବସରରେ ଏହି ଲୋଗୋ ଉନ୍ମୋଚିତ ହୋଇଥିଲା। ଏହି ଉତ୍ସବରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଉପଦେଷ୍ଟା ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ, ସଂଗଠନର ମହାସଚିବ ସୁବାସ ସିଂହ, ଉପ-ସଭାପତି ମେୟର ଅନନ୍ତ ନାରାୟଣ ଜେନା, ସଂପାଦକ ଯୁଗଳ କିଶୋର ନାୟକ, ସଂଯୁକ୍ତା ମହଲ, ସୁରେନ୍ଦ୍ର ସ୍ୱାଇଁ ଏବଂ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ପ୍ରଶାନ୍ତ ପାଢ଼ୀଙ୍କ ସମେତ ଶତାଧିକ ଶ୍ରମିକ ନେତା ଉପସ୍ଥିତ ଥିଲେ।
ବିଜୁ ଶ୍ରମିକ ସାମ୍ମୁଖ୍ୟର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
Advertisment
Follow Us