ରାଜଭବନ ସମ୍ମୁଖ‌ରେ ବିଜୁ ମହିଳା ଜନତା ଦଳର ଗଣଧାରଣା

Advertisment

ଭରତପୁର ଥାନାରେ ଜଣେ ସେନାଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣା ଦିଆଯାଇଛି।

ଭରତପୁର ଥାନାରେ ଜଣେ ସେନାଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣା ଦିଆଯାଇଛି।

dgjdgjgdjgjyyj

ଭୁବନେଶ୍ୱର: ଭରତପୁର ଥାନାରେ ଜଣେ ସେନାଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣା ଦିଆଯାଇଛି। ଏହାସହ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଭୁବନେଶ୍ବର ଏଡିଏମ୍‌ଙ୍କୁ ଦିଆଯାଇଛି। 

ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ବରେ ଆୟୋଜିତ ଏହି ବିକ୍ଷୋଭରେ ଶତାଧିକ ମହିଳା ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ବିଜେଡି କହିଛି ଯେ ବିଜେପି ସରକାର ୧୦୦ ଦିନର ରିପୋର୍ଟ ପ୍ରଦାନ କରୁଥିବା ବେଳେ ଗତ ୧୫ ତାରିଖ ରାତିରେ ଘଟିଥିବା ଏହି ସ୍ପର୍ଶକାତର ଘଟଣା କେବଳ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। କାର୍ଯ୍ୟରତ ଥାନାଧିକାରୀମାନେ ନ୍ୟାୟ ଦେବା ବଦଳରେ ପୀଡ଼ିତା ମହିଳାଙ୍କୁ ଯେଉଁ ଭଳି ଭାବେ ଦୁର୍ବ୍ୟବହାର କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିବାବେଳେ ରାଜ୍ୟ ସରକାର କିଛି ପଦକ୍ଷେପ ନେଇନାହାନ୍ତି। 

ଏହି ଗଣଧାରଣାରେ ବିଧାୟିକା ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟିକା ଟୁକୁନି ସାହୁ, ଲତିକା ପ୍ରଧାନ, ବିଏମ୍‌ସି ମେୟର ସୁଲୋଚନା ଦାସ, ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, କସ୍ତୁରୀ ମହାପାତ୍ର, ଲେଖାଶ୍ରୀ ସାମସନ୍ତସିଂହାର, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe