ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିର ପ୍ରତିବାଦ: ବିଜୁ ଯୁବ, ଛାତ୍ର ଜନତା ଦଳର ଆନ୍ଦୋଳନ ଆଜିଠାରୁ

Advertisment
ତେଲ ପରେ ଗ୍ୟାସ୍‌କୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ

ଭୁବନେଶ୍ବର : ରନ୍ଧନ ଗ୍ୟାସର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ୨୨ରୁ ୨୪ ତାରିଖ ତିନି ଦିନ ଧରି ଆନ୍ଦୋଳନ କରାଯିବ। ଏଥି ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ସାଧାରଣ ସମ୍ପାଦକ(ସଂଗଠନ) ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧ ଦ୍ବାରା ରାଜ୍ୟର ମା’, ଭଉଣୀ କିପରି ପ୍ରଭାବିତ ହେଉଛନ୍ତି, ସେ ସମ୍ପର୍କରେ ଯୁବକ, ଛାତ୍ରମାନଙ୍କୁ ବୁଝାଇଥିଲେ।

ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବଛାତ୍ର ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ଆନ୍ଦୋଳନର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ନାୟକ ଏହାକୁ ସଂଯୋଜନା କରିଥିଲେ। ଏହି ବୈଠକରେ ବିଜେଡି ଯୁବ ଓ ଛାତ୍ର ଶାଖାର ସମସ୍ତ ରାଜ୍ୟ ଓ ଜିଲ୍ଲା କର୍ମକର୍ତ୍ତା ସାମିଲ ହୋଇଥିଲେ ବୋଲି ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୨ ତାରିଖରେ କଟକ ଆର୍‌ଡିସି କାର୍ଯ୍ୟାଳୟ ସମ୍ମୁଖ ଓ ଏହା ଅନ୍ତର୍ଗତ ସମସ୍ତ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ୨୩ ତାରିଖରେ ଉତ୍ତରାଞ୍ଚଳ ଆର୍‌ଡିସି କାର୍ଯ୍ୟାଳୟ ସମ୍ମୁଖ ଓ ଏହା ଅନ୍ତର୍ଗତ ସମସ୍ତ ବ୍ଲକ୍ ସମ୍ମୁଖ, ୨୪ ତାରିଖରେ ଦକ୍ଷିଣାଞ୍ଚଳ ଆର୍‌ଡିସି କାର୍ଯ୍ୟାଳୟ ସମ୍ମୁଖ ଓ ଏହା ଅନ୍ତର୍ଗତ ସମସ୍ତ ବ୍ଲକ୍ ସମ୍ମୁଖରେ ପ୍ରତିବାଦ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe