କୋଭିଡ୍‌ ନିୟନ୍ତ୍ରଣ ସମ୍ପର୍କରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ୱେବିନାର୍‌ : ଯୋଡ଼ି ହେଲେ ୨ ଲକ୍ଷରୁ ଅଧିକ ବ୍ୟକ୍ତି

କୋଭିଡ୍‌ ନିୟନ୍ତ୍ରଣ ସମ୍ପର୍କରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ୱେବିନାର୍‌ : ଯୋଡ଼ି ହେଲେ ୨ ଲକ୍ଷରୁ ଅଧିକ ବ୍ୟକ୍ତି

ଭୁବନେଶ୍ୱର : କୋଭିଡ୍‌ ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ୱେବିନାର୍‌ ଆଜି ଅନୁଷ୍ଠିତ ହୋଇଯାଇଛି। ‘ବିପର୍ଯ୍ୟୟ ପରିଚାଳନା : କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ’ ଶୀର୍ଷକ ଏହି ୱେବିନାର୍‌ରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସାଂସଦ ଅଚ୍ୟୁତ ସାମନ୍ତ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବ୍ୟୋମକେଶ ରାୟ ଓ ଦେବୀ ପ୍ରସାଦ ମିଶ୍ର, ଡାକ୍ତର ଆଶୁତୋଷ ମହାପାତ୍ର ଓ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଦଳର ଯୁବ ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ ୱେବିନାର୍‌ ପରିଚାଳନା କରିଥିଲେ।

ୱେବିନାର୍‌ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା। ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳର ଏହି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ‌େଦବା ସହ କରୋନା ଯୁଦ୍ଧରେ ସହଯୋଗ କରିବାକୁ କହିଥିଲେ। ଓଡ଼ିଶାରେ କୋଭିଡ୍‌-୧୯ ପରୀକ୍ଷା ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଥିଲା ବେଳେ କରୋନା ମୃତ୍ୟୁ ସଂଖ୍ୟା ସବୁଠାରୁ କମ୍ ରହିଛି। ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ନେଇଥିବା ଏକାଧିକ ପଦକ୍ଷେପରୁ ଏହି ସୁଫଳ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ, ଟେଲି ମେଡିସନ୍, କୋଭିଡ୍‌ ହସ୍ପିଟାଲ, ଟିଏମ୍‌ସି, ନମୁନା ପରୀକ୍ଷା, ଟ୍ରେସିଂ ଆଦି ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଥିଲେ। ରାଜ୍ୟ ସରକାର ଠିକଣା ସମୟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ରହିପାରିଛି ବୋଲି ଅଷ୍ଟ୍ରେଲିଆରୁ ଡାକ୍ତର ନଳିନୀ ପତି ଓ ଲଣ୍ଡନରୁ ଲଲାଟେନ୍ଦୁ ଦାଶ କହିଥିଲେ। ରାଜ୍ୟରେ କରୋନାର ଲକ୍ଷଣ ଓ ନିୟନ୍ତ୍ରଣ ସଂକ୍ରାନ୍ତରେ ଡାକ୍ତର ମହାପାତ୍ର ସୂଚନା ଦେଇଥିଲେ। ପ୍ଲାଜ୍‌ମା ଦାନ କରିଥିବା ରାହୁଲ କୁମାର ସୁବୁଦ୍ଧି ଓ କରୋନାକୁ ଜିତିଥିବା ବରିଷ୍ଠ ଆଇନଜୀବୀ ବିଜୟ ଦାଶ ନିଜ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ।

ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ ଓ ଛାତ୍ର ଜନତା ଦଳର ସଭାପତି ରାଣା ପ୍ରତାପ ପାତ୍ର କରୋନା ମହାମାରୀର ମୁକାବିଲାରେ ଉଭୟ ସଂଗଠନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥ‌ିଲେ। ଏହି ୱେବିନାର୍‌ରେ ୨,୩୩,୪୫୫ ଜଣ ବ୍ୟକ୍ତି ଯୋଡ଼ି ହୋଇଥିଲା ବେଳେ ଏହାକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe